ଦିବାକରସାଇଁ ସ୍ମାରକୀ ଦିବରା୍‌ତ୍ରଫୁଟବଲଟୁର୍ଣ୍ଣାମଂଟ ଉଦଘାଟିତ

0 161

ବାରଙ୍ଗ,୩୧ା୩(ଏସଏସନିଉଜ)ଶୁକ୍ରବାରଦିନ ମହାବୀର ସ୍ପୋଟିଂକ୍ଲବ ଆନୁକୂଲ୍ୟରେ ନରଣପୁର ଖେଳପଡିଆରେ ନବମବାର୍ଷିକ ଦିବାରାତ୍ର ଦିବାକରରସାଇଁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଟ ଉଦଘାଟିତ ହୋଇଯାଇଛି । ଏହି ଦିବାରାତ୍ର ଫୁଟବଲଟୁର୍ଣ୍ଣାମେଟରେ ୧୩ଟିଦଳ ଅଂଶ ଗ୍ରହଣ କରିଥିବାବେଳେ ଖେଳ ତିନିଦିନଧରି ଚାଲିବ ।ପ୍ରଥମଦବସରେ ଚାରୋଟିମ୍ୟାଚ କରାଯାଇଥିଲା ।ପ୍‌ରଥମଦିବସର ପ୍ରଥମମ୍ୟାଚ ବଉଳକୁଦ ଫୁଟବଲଟିମ ଓ ଉସୁମା ଫୁଟବଲଟିମ ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା । ଏଥିରେ ଉଷୁମାଦଳକୁ ବଉଳକୁଦଦଳ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେପ୍ରବେଶ କରିଥିଲା । ଦ୍ଵିତୀୟମ୍ୟାଚରେ ସାଇରାମ ସ୍ପୋର୍ଟି ଓ ଗଣ୍ଡରପୁର ମଧ୍ୟରେ ହୋଇଥିବା ମ୍ୟାଚରେ ଗଣ୍ଡରପୁରକୁ ହରାଇ ସାଇରାମସ୍ପୋଟିଂକ୍ଲବ କ୍ୱାର୍ଟର ଫାଇନାଲରେ ପ୍ରବେଶକରିଥିଲା। ତୃତୀୟମ୍ୟାଚ ବେଲଗଛିଆ ବେଲେଶ୍ବରକ୍ଲବକୁ ମରଚିଆ ୟୁଥସ୍ପୋର୍ଟିକ୍ଲବ ୨-୦ଗୋଲରେ ପରାସ୍ତକରି କ୍ୱାର୍ଟରଫାଇନାଲକୁ ଯାଇଥିଲା । ଚତୁର୍ଥମ୍ୟାଚରେ ଜେଡି ବୟଜକ୍ଳବ ଭବନେଶ୍ବର ଓ ଗୋଠପୁରକ୍ଲବ ମଧ୍ୟରେ ସାମ୍ନାମାମ୍ନି ହୋଇଥିଲେ ।ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀତାକୁ ଆନୁଷ୍ଠାନିକଭାବ ଉଦଘାଟନ କରିଥିବାବେଳେ ବାରଙ୍ଗବ୍ଳକ ବିଡିଓ ବିଶ୍ବରଞ୍ଜନ ବିଶ୍ଵାସଙ୍କ ସମେତ ଜନପ୍ରତିନିଧିମାନେ ଅତିଥିଭାବେ ଯୋଗଦେଇଥିଲେ ।

Leave A Reply

Your email address will not be published.