୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ଵର, ୨୭।୧୦(ଏସଏସନିଉଜ)ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ ହେବାରେ ଲାଗିଛି। ରାଜ୍ୟସରକାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବାତ୍ୟାସମୀକ୍ଷା କରିଛନ୍ତି।ଆସନ୍ତା ୩୦ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ହୋଇଥିବାରୁ ୮ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ SRC ଦେଓରଞ୍ଜନ ସିଂହSRC ଦେଓରଞ୍ଜନ ସିଂହ ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପ୍ରଭାବିତ ହେବାକୁ ଥିବାମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଆଦି ୮ଜିଲ୍ଲାର ସମସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଏହି ଜିଲ୍ଲା ଗୁଡ଼ିକରେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

- Advertisement -

Leave A Reply

Your email address will not be published.