୩୧ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର,୨୮/୭(ଏସଏସନିଉଜ)ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ।
ଏ ନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆର୍ ସି) ।ଭାରତୀୟପାଣିପାଗ ବିଭାଗ ପୂର୍ବାନୁମାନଅନୁସାରେ, ରବିବାର ଆଭ୍ୟନ୍ତରୀଣଓଡ଼ିଶାର ଅଧିକାଂଶସ୍ଥାନରେ ଓ ଉପକୂଳର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି ।ସୋମବାର ରାଜ୍ୟର କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱରରେ ପ୍ରବଳବର୍ଷା ଆଶଙ୍କା ଅଛି । ମଙ୍ଗଳବାର ଉତ୍ତରଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ,ଯାଜପୁରରେ ପ୍ରବଳ ବର୍ଷିପାରେ ।
୩୧ ତାରିଖରେ ୧୪ଜିଲ୍ଲାରେ ପ୍ରବଳବର୍ଷା ଆଶଙ୍କା ଅଛି ।୧ ଓ ୨ତାରିଖରେ ବର୍ଷାପରିମାଣ କମିପାରେ ।

- Advertisement -

Leave A Reply

Your email address will not be published.