ମାଲକାନଗିରି, ୨୪/୧୦(ଏସଏସନିୟୁଜ) ଚିତ୍ରକୋଣ୍ଡା ଥାନା ପୋଲିସ ହାତରେ ଧରାପଡିଛି ୩୨୫ କିଲୋ ଗଞ୍ଜେଇ ।ଏହାସହ ପୋଲିସ ଏହି ଘଟଣାରେ ୨ଟି କାର୍, ୩ଟି ବାଇକ୍ ଜବତ ଓ ୩ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି ।ସେମାନେ ହେଲେ ଏହି ଜିଲ୍ଲାର ଓ.ସି.ସି କଲୋନୀର ଝିନୁ ଖିଲ, ପାୱାର ହାଉସ କଲୋନୀର ଦୀପକ ଖିଲ ଓ ଗଞ୍ଜାମ ଜିଲ୍ଲା କୋର୍ଟ କଲୋନୀର ନିଲାଞ୍ଚଳ ପାଢ଼ୀ । ଡାଇକ-୨ ନିକଟସ୍ଥ ରାଜାବନ୍ଧ ଗ୍ରାମ ନିକଟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରପାଇ ପୋଲିସ ଏକ୍ସ.ୟୁ.ଭି କାର, ସ୍ୱିଫ୍ଟ ଡିଜାଇର କାର, ୩ ଟି ବାଇକ, ୮ ଟି ମୋବାଇଲ, ଏ.ଟି.ଏମ ଓ ଆଧାର କାର୍ଡ ସହ ୧୩ଟି ପ୍ୟାକେଟରେ ୩୨୫ କିଲୋଗ୍ରାମ ୩୯୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

