୪୧ଲକ୍ଷଟଙ୍କାର ଜାଲନୋଟ ଜବତ

0 80

ଭୁବନେଶ୍ୱର,୩ା(ଏସଏସନିଉଜ)ଗତକାଲିରାତିରେ ସୋନପୁରରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ମୋଟ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିବା ସହ ଦୀପକ ମେହର ନାମକ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ । ପଡୋଶୀ ରାଜ୍ୟ ଛତିଶଗଡକୁ ନୋଟ ଗୁଡିକ ଚାଲାଣ ହେଉଥିବା ସହେନ୍ଦ କରାଯାଉଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ପଡ଼ୋଶୀ ଛତିଶଗଡ଼ରୁ ଫେକ୍ ନୋଟ୍ ଆସିଥିବା ସନ୍ଦେହ କରାଯାଉଥିବାବେଳେ ରାକେଟରେ ଆଉ କିଛି ଅପରାଧୀଙ୍କ ସଂପୃକ୍ତି ଥିବା ଅନୁମାନ କରିଛି ଏସଟିଏଫ । ଜବତ ନୋଟଗୁଡିକ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.