ଖୁଦୁରୁକୁଣୀ ଓଷାର ପ୍ରଥମପାଳିରେ ଅଘଟଣ

ଭାସିଗଲେ ନାବାଳିକା

0 104

ଭୁବନେଶ୍ୱର,୩ା୯(ଏସଏସନିଉଜ)ଆଜି ଖୁଦୁରୁକୁଣୀ ଓଷାର ପ୍ରଥମପାଳି । ପ୍ରଥମପାଳିରେ ଅଠରବାଙ୍କୀ ନଦୀରେ ଏକ ଅଘଟଣ ଘଟିଛି ।ଜଣେ ନାବାଳିକା ସାଙ୍ଗମାନଙ୍କ ସହ ନଦୀକୁ ବାଲୁକା ପୂଜା ପାଇଁ ଯାଇଥିବା ସମୟରେ ଭାସିଯାଇଛନ୍ତି । ପାରାଦୀପ ଅଠରବାଙ୍କୀ ସବ ଷ୍ଟେସନ ନିକଟସ୍ଥ ମତ୍ସ୍ୟଦିଆ ନଦୀରେ ୧୪ବର୍ଷର ନାବାଳିକା ନିଖୋଜ ହୋଇଯାଇଛନ୍ତି। ଖୁଦୁରୁକୁଣୀ ପୂଜା ପାଇଁ ନଦୀରେ ଗାଧୋଇବା ସମୟରେ ଗୋଡ ଖସି ନିଖୋଜ ହୋଇଛନ୍ତି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିବାପାଇଁ ଉଦ୍ୟମ ଆରମ୍ଭ କରିଛି ।ଅଦ୍ୟାବଧି ନାବାଳିକାର ପତାମିଳିପାରିନଥିବାର ଜଣାପଡିଛି ।

Leave A Reply

Your email address will not be published.