୫୩ ଛାତ୍ରୀଙ୍କର ଚିହ୍ନଟ ହେଲା କରୋନା ପଜିଟିଭ୍

0 192

ସୁନ୍ଦରଗଡ଼,୨୩/୧୧(ଏସଏସନିୟୁଜ) ୫୩ ଛାତ୍ରୀଙ୍କର ଚିହ୍ନଟ ହୋଇଛି କରୋନା ପଜିଟିଭ୍ । ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏହି ଘଟଣା ଘଟିଛି । ସମସ୍ତ ଛାତ୍ରୀମାନେ ସ୍କୁଲ ହଷ୍ଟେଲରେ ରହୁଥିଲେ । ଛାତ୍ରୀମାନଙ୍କର ପଜିଟିଭ୍ ଜଣାପଡିବାପରେ ସଙ୍ଗରୋଧରେ ରଖାଯିବାସହ ୭ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।ତେବେ ସମସ୍ତ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲରହିଥିବାର ଜଣାପଡିଛି ।ସେହିଭଳିଭାବେ ବୁର୍ଲା ମେଡିକାଲ କଲେଜର ୨୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି ।

 

Leave A Reply

Your email address will not be published.