ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀମଦ ଜବତ

ଆସ୍କା,୨୩/୧୧(ଏସଏସନିୟୁଜ)ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ନିକଟ ଏକ ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀ ଚୋରମଦ ଜବତ ହୋଇଛି । କଟକ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ଟିମ ଓ ଗାଙ୍ଗପୁର ଥାନା ପୋଲିସ ଅଚାନକ ଚଢ଼ାଉ କରିଥିବା ଜଣାପଡିଛି. ଆରକ୍ଷୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ୧୬ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବାସହ ଏହିଘଟଣାରେ କେନ୍ଦୁପଦର ଗ୍ରାମର ଶିବରାମ ଚୌଧୁରୀ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଜବତବିଦେଶୀମଦର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗିରଫବ୍ୟକ୍ତି ଏକ ଦେଶୀ ମଦ ଭାଟିରେ ସେଲସମ୍ୟାନ ଭାବେ କାମକରୁଥିବାର ଫ୍ଲାଇଙ୍ଗ ସ୍କାର୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି ।

- Advertisement -

Leave A Reply

Your email address will not be published.