ଆଜିର ଅନୁଚିନ୍ତା

ତାରିଖ-୨୩:୧୧:୨୦୨୧(ମଙ୍ଗଳବାର)

0 219

🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ
ଠିକ୍ ସେମିତି ଦୁଖଃ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ଏଠି ଠିକଣା ବଦଳାଇ ଦିଅନ୍ତି ।
🦋ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଇଁ ଥାଏ ।
🦋ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, ଶରୀରରୁ ପ୍ରାଣ ଗଲାବେଳେ ପ୍ରାଣକୁ ବି ଅଟକେଇ ପାରେନି ! ତାହେଲେ ଅଯଥା ଗର୍ବ କରି ଲାଭ କଣ ?
🦋ପରିଶ୍ରମ ସିଡି ପରି ହୋଇଥାଏ ଆଉ ଭାଗ୍ୟ Lift ପରି Lift ଯେ କୌଣସି ସମୟରେ ବନ୍ଦ ହୋଇଯାଇପାରେ କିନ୍ତୁ ସିଡି ସବୁବେଳେ ଉପରକୁ ହିଁ ଉଠିଥାଏ ।
🦋ଲୁହ ଜଣାଇ ଦିଏ କଷ୍ଟ କିପରି, ସଂସ୍କାର ଜଣାଇ ଦିଏ ପରିବାର କିପରି, ନଜର ଜଣାଇ ଦିଏ ସୁନ୍ଦରତା କିପରି, ଆଉ ସମୟ ଜଣାଇ ଦେଇଥାଏ ସମ୍ପର୍କ କିପରି ।
🦋ଆମେ ଦୀପ କୁ ଫୁଙ୍କ ମାରି ଲିଭେଇ ଦେଇ ପାରନ୍ତି, କିନ୍ତୁ ଅଗରବତୀ କୁ ନୁହେଁ । କାରଣ ଯିଏ ମହକେ ତାକୁ କିଏ ଲିଭେଇ ପାରିବ ? ଆଉ ଯିଏ ସବୁବେଳେ ଜଳେ ସେ ତ ନିଜେ ଏମିତି ବି ଲିଭିଯିବ ।
🦋ଯତ୍ନର ସହିତ ରଖାଯାଇଥିବା ଜିନିଷ…. ଓ….ଧ୍ୟାନର ସହ ଶୁଣା ଯାଇଥିବା ବକ୍ତବ୍ୟ… କେବେ ନାଁ କେବେ …. ଆମ ଜୀବନରେ ବ୍ୟବହୃତ ହୋଇଥାଏ….

୦୧.ଅତୀତ ଜୀବନକୁ କେବେ ବି ମନେ ପାକାନ୍ତୁ ନାହିଁ ।ଯାହା ଘଟିବାକୁ ଯାଉଛି ତାହା ଅବଶ୍ୟ ଘଟିବ ଭବିଷ୍ୟତରେ କଣ ହେବେ ତା ବିଷୟରେ ଚିନ୍ତାକରି ବର୍ତ୍ତମାନକୁ କେବେ ନଷ୍ଟ କରନ୍ତୁ ନାହିଁ ।
୦୨.ହଂସ ମରିବା ସମୟରେ ରାବିଥାଏ ।ମଯୂର ନାଚିବା ସମୟରେ କାନ୍ଦିଥାଏ ।ଜୀବନ ଆମର ଏମିତି ଯେ,ଦୁଃଖରାତିରେ ନିଦ ହୁଏ ନାହିଁ ଏବଂ ଖୁସିର ରାତିରେ ଶୋଇବାକୁ ଇଚ୍ଛା ହୁଏ ନାହିଁ l
୦୩. ଜୀବନରେ ସବୁବେଳେ ଖୁସୀରେ ରହିବାକୁ ଚେଷ୍ଟାକର। କାହିଁକିନା ପ୍ରତିଦିନ ସଂନ୍ଧ୍ୟାରେ କେବଳ ଦିନ ସରେନାହିଁ ଆପଣଙ୍କ ମୂଲ୍ୟବାନ ଜୀବନର ଗୋଟିଏ ଦିନ ମଧ୍ୟ୍ୟ କମ ହୋଇଯାଏ । ଯେତେଦିନ ବଞ୍ଚିଚ ପରୋପକାର କର ଓ ଯେତେ ସମ୍ଭବ ଅନ୍ୟ ମୁହଁରେ ହସ ଫୁଟେଇବାକୁ ଚେଷ୍ଟାକର ।
୦୪. ଯେଉଠି ଚେଷ୍ଟାର ଉଚ୍ଚତା ଅଧିକ ଥାଏ ସେଇଠି ବିଫଳତା ନଇଁବାକୁ ବାଧ୍ୟ ହୋଇଥାଏ ।ଚେଷ୍ଟାଜାରି ରଖ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ବଦଳିଯିବ l
୦୫. ଜୀବନର ଏକ ନିରାଟ ସତ୍ୟ ଏହା ଯେ,ତୁମେ ଯଦି ଅନ୍ୟ ମାନଙ୍କ ଇଛା ଏବଂ କହିଥିବା କଥାକୁ ପୂରଣ ନ କରିପାରୁଛ, ସେମାନେ ଅନେକ ବାହାନା ଦେଖାଇ ତୁମ ଠାରୁ ଦୂରେଇ ଯିବେ।ଯିବାକୁ ଦିଅ…କାହିଁକି ନା ସ୍ବାର୍ଥପର ସେମାନେ।ଶୁଭ ସକାଳ,ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏🏾ଜୟ ଶ୍ରୀ ରାମ🙏🏾

Leave A Reply

Your email address will not be published.