0 220

🙏ମାଁ ପରମେଶ୍ବରୀ ନମଃ🙏ମାସ- ମାର୍ଗଶୀର,ପକ୍ଷ-କୃଷ୍ଣ,ତିଥି- ଚତୁର୍ଥୀ ରାତ୍ରି ଘ୧୨-୫୯ମି ଗତେ ପଞ୍ଚମୀ,ସୁର୍ୟୋଦୟସୂର୍ଯ୍ୟା ଦୟ-ପ୍ରାତଃ ଘ୦୬ -୦୨ -୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୦୬-୫୬,ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ମୂଳା ରାତ୍ରି ଘ୧୨-୫୯ମି ଗତେ ବେଳ ଓ ପଣସ ଭକ୍ଷଣ ନିଷେଧ👉🏿ମେଷ: ପରିଶ୍ରମ👉🏿ବୃଷ: ପରାଧୀନ👉🏿ମିଥୁନ:ଶ୍ରୀ ଚନ୍ଦ୍ର👉🏿 କର୍କଟ:ପଥରୋଧ👉🏿 ସିଂହ: ଆୟଯୋଗ👉🏿 କନ୍ୟା: ଘାତ ଚନ୍ଦ୍ର👉🏿 ତୁଳା: ଚାତୁର‌୍ୟ୍ୟ👉🏿 ବିଛା: ସୁଖହାନି👉🏿ଧନୁ: ବନ୍ଧୁ ମିଳନ🤙🏿 ମକର : ଶତ୍ରୁ ହାନି👉🏿 କୁମ୍ଭ : ପରାମର୍ଶ👉🏿 ମୀନ: ବାଦ ବିବାଦ
ମେଷ–ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟ କାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ ।ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।
ବୃଷ– ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ। ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ। ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ର‌୍ୟ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
ମିଥୁନ– ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ ।କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟ କାରୀ କରି ଲାଭ ମିଳିବ।
କର୍କଟ – ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ । ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।
ସିଂହ – ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ ଦୁଃସମ୍ବାଦମିଳିପାରେ । କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ ।
କନ୍ୟା –ଆଜି ଶତ୍ରୁ ପରାଜୟ ହୋଇପାରେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ। ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ ।କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
ତୁଳା– ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ । କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ । ବ୍ୟାପାରରେ ହାନି ହୋଇପାରେ ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
ବିଛା– ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ । କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ । ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।

ଧନୁ– ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ। ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।
ମକର– ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ। ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ । ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।
କୁମ୍ଭ– ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ। କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିପାରେ ବ୍ୟାପାରରେ ନିବେଶ ଶୁଭ ରହିବ । ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।
ମୀନ – ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ ।ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ ।କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ । ବ୍ୟାପାରରେ ବାଧା ଆସିପାରେ ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ ।
କେବଳ ଭଗବାନଙ୍କର କରୁଣା ହେଲେ ପ୍ରାଣୀ ସାଂସାରିକ ମାୟା ବନ୍ଧନକୁ କାଟିବାକୁ ସମର୍ଥ ହୋଇଥାଏ। ଦୃଢ଼ ବିଶ୍ୱାସର ସହ ପ୍ରଭୁଙ୍କୁ ଆଶ୍ରୟ କଲେ ପ୍ରାଣୀ ତାଙ୍କର କରୁଣା ଲାଭ କରି ପାରିଥାଏ। ତେଣୁ ପ୍ରଭୁଙ୍କ ଉପରେ ଦୃଢ଼ ବିଶ୍ୱାସ ହିଁ ତାଙ୍କୁ ଉପଲବ୍ଧି କରିବାର ସର୍ବୋତ୍କୃଷ୍ଟ ମାର୍ଗ ଅଟେ ।ା ମିଛ ମାୟା ଜାଲେ ଛନ୍ଦା ଏ ମଣିଷ ଜୀବନଟା ଅଭିନୟ। ସବୁ କିଛି ଚାଲେ ତାଙ୍କ ଇସାରାରେ ସିଏ ପରା ଲୀଳାମୟ । ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ 🙏ୟ ଜଗନ୍ନାଥ, ଜୟ ସୋମନାଥ🙏

Leave A Reply

Your email address will not be published.