ଡାକ୍ତର ଓ କର୍ମଚାରୀମାନଙ୍କର ଦାୟିତ୍ୱ ଯାଂଚ କଲେ ଜିଲ୍ଲା ଆଇନସେବା ପ୍ରାଧିକରଣ ଟିମ୍‌

0 925

ବାରଙ୍ଗ,୨୨/୧୧(ଏସଏସନିୟୁଜ) ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗଠିତ ୪ଜଣିଆ ଟିମ୍ ସୋମବାର ପ୍ରଥମକରି ବାରଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅଚାନକ ଚଢ଼ାଉ କରିଥିଲେ।ଡାକ୍ତର ଓ କର୍ମଚାରୀ ମାନଙ୍କର ଦାୟିତ୍ୱ ଯାଂଚ କରିବା ଉଦ୍ଦେଶ୍ୟରେ ଅଚାନକ ଏହି ଟିମ୍ ପ୍ରଥମକରି ବାରଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲା ।ଏହି ଟିମ୍ ଡାକ୍ତର ଖାନାରେ ପହଂଚିବାପରେ ସେଠରେ କେନ୍ଦ୍ର ମୁଖ୍ୟ ଡାକ୍ତର ମିନାକ୍ଷୀ ମାରାଣ୍ଡି, ଆୟୁଷ ଡ଼ାକ୍ତର ଉଷା ଆଶ୍ରମ ଷଡ଼ଙ୍ଗୀ,ଡ୍ରେସିଂ କର୍ମଚାରୀ ପ୍ରମୁଖ ଅନୁପସ୍ଥିତ ଥିବାର ଦେଖିବାକୁ ପାଇଥିଲେ ।ଏହାସହ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ରୋଗୀ ଦେଖୁଥିବାର ଦେଖିବାକୁ ପାଇଥିଲେ ।ସ୍ୱାସ୍ଥ୍ୟକେନ୍ଦ୍ର ସଫେଇ, ପରିମଳ, ଟଏଲେଟ୍ ଓ ସମ୍ପୁକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଯଥେଷ୍ଟ ଡ୍ରଗ୍ସ,ରୋଗୀ ପ୍ରତିକ୍ଷାଳୟ ଗୃହ, ସରଞ୍ଜାମ

ଆଦି ଅନେକ ଦିଗପ୍ରତି ଉକ୍ତ ଟିମ ଯାଞ୍ଚ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରକୁ ଯୋଗାଯୋଗ ପାଇଁ ରହିଥିବା ସୁବିଧା,ସଂଯୋଗ ରାସ୍ତା ଓ ସାଧାରଣ ପରିବହନ ବ୍ୟବସ୍ଥା,ଜରୁରୀ ସ୍ଥିତିରେ ମୁକାବିଲା କରିବା ପାଇଁ ସାମର୍ଥ୍ୟ,ଟେଲିଫୋନ,ଇଣ୍ଟରନେଟ ସୁବିଧା,ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ଆଦି ବିଷୟରେ ମଧ୍ୟ ଯାଞ୍ଚ କରି ଏହାର ଭିଡିଓ ଗ୍ରାଫି ଓ ଭିଡିଓ କ୍ଲିପିଂ କରିଫେରିଥିଲେ।ଏହିସମୟରେ ଜନନୀ ଏକ୍ସପ୍ରେସ ଗାଡ଼ିଟି ଦେଖିବାକୁ ପାଇଥିବାର ଜଣାପଡିଛି ।ପୂର୍ବରୁ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଜନନୀ ଏକ୍ସପ୍ରେସ ଗାଡ଼ି ଉପଲବ୍ଧ ରହିଥିବାବେଳେ ଗତକିଛିମାସ ହେବ ଗାଡିଟିର ଦେଖାମିଳୁନାଜିଁ ବୋଲି ଶୁଣିବବାକୁ ମିଳିଛି ।
ଇଏ ହେଉଛି କଟକ ଭୁବନେଶ୍ୱରର ଉପକଣ୍ଠରେ ଥିବା ବାରଙ୍ଗସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ।ଯଦି ଏଠାରେ ଏହିଭଳି ରୋଗୀମାନଙ୍କ ପାଇଁ ସୁବିଧା ମିଳୁଛି ତେବେ ଉପାନ୍ତ ଅଂଚଳମାନଙ୍କରେ କେଉଁଭଳି ସେବା ମିଳୁଥିବ ତାହା ଅନୁମେୟ ।(ଗୈାତମରାଉତଙ୍କ ରିପୋର୍ଟ)

 

 

Leave A Reply

Your email address will not be published.