ଆଜିର ଅନୁଚିନ୍ତା

ତାରିଖ - ୨୪:୧୧:୨୦୨୧ (ବୁଧବାର)

0 207

🦋ସମୟ କଥା କହିପାରି ନଥାଏ ସତ, ” କିନ୍ତୁ “ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର ଜଣେଇ ଦେଇଥାଏ ।
🦋ଟଙ୍କା ଦେଇ କିଣି ପାରିବ ତୁମେ ସୁନା, ରୂପା ଆଉ ହୀରାର ହାର…କିନ୍ତୁ କିଣି ପାରିବନି କେବେ ବାପା ମାଆ ଦେଇଥିବା ସଂସ୍କାର ।
🦋ବୁଝେଇବାର ଗୋଟେ ସୀମା ଥାଏ, ଆଉ ସହିବାର ବି ଗୋଟେ ସୀମା ଥାଏ, ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର୍ କରିଦିଏ ସବୁ ସମ୍ପର୍କ ସେହିଠାରେ ହିଁ ସରିଯାଏ ।
🦋ମୂଲ୍ୟ ନ ଥିବା କଥା, ମୂଲ୍ୟବୋଧ ନ ଥିବା ବାଣୀ,ବାସ୍ତବତା ବିହୀନ ବକ୍ତବ୍ୟ, ଆର୍ଦ୍ରତା ନଥିବା ଭଲପାଇବା ବିଶେଷ କରି ସାହାଯ୍ୟ ସହାନୁଭୂତି ସମବେଦନା ବିହୀନ ସମ୍ପର୍କ ଠିକ୍ ମରୁଭୂମିରେ ବାର୍ଷିକ ବୃଷ୍ଟିପାତ ପରି ହୋଇଥାଏ ।
🦋ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରି ଭକ୍ତ ଧ୍ରୁବ କହିଲେ, ହେ ପ୍ରଭୁ ! ତୁମେ ହେଉଛ ସକଳ ଜୀବର ଜୀବନ ଏବଂ ସମସ୍ତ ସୁଖ ଓ ସମ୍ପଦର ମୂଳସ୍ଥାନ। ତୁମେ ହିଁ ପ୍ରାଣୀର ମାତା, ପିତା ଓ ବନ୍ଧୁ ଅଟ। ଯେଉଁ ବଚନରେ ଆପଣଙ୍କର ନାମ ଥାଏ ତାହାକୁ ହିଁ କଥା କୁହାଯାଏ , ଯେଉଁ ମନରେ ଆପଣଙ୍କୁ ଧ୍ୟାନ କରାଯାଏ ତାହା ହିଁ ମନ ଅଟେ। ଆପଣଙ୍କ ପ୍ରୀତି ନିମନ୍ତେ ଯେଉଁସବୁ କର୍ମ କରାଯାଏ ତାକୁ ଛାଡ଼ି ଏହି ସଂସାରରେ ଅନ୍ୟ ସମସ୍ତ କର୍ମ କେବଳ ବୃଥା ଓ ଭ୍ରମ ଅଟେ। ଆପଣଙ୍କ ନିମନ୍ତେ କାର୍ଯ୍ୟ କରିବାରେ ପ୍ରାଣୀ ଜୀବନର ଯେତିକି ସମୟ ଅତିବାହିତ ହୁଏ ଜୀବନର ସେତିକି ସମୟ କେବଳ ସାର୍ଥକ ଅଟେ। ଏହା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟରେ ବିତୁଥିବା ସମୟ ନିରର୍ଥକ ଅଟେ। ନିରନ୍ତର ମନ ମଧ୍ୟରେ ଆପଣଙ୍କ ନାମ ସ୍ମରଣ କରିବା ହିଁ ତପ ଅଟେ। ଏହି ସଂସାରରେ ଯେଉଁମାନେ ନିରନ୍ତର ଆପଣଙ୍କ ଅନିନ୍ଦ୍ୟ ସୁନ୍ଦର ରୂପକୁ ଧ୍ୟାନ କରନ୍ତି ସେମାନଙ୍କର ଜୀବନ ଧନ୍ୟ ଅଟେ
🦋 ଯେଉଁଠି ନିଜ ଜାଗା ନାହିଁ,ସେଠି ଅଭିଯୋଗ କାହିଁକି ?ଯେଉଁଠି ବିଶ୍ୱାସ ନାହିଁ,ସେଇଠି ପ୍ରମାଣ କାହିଁକି ?ଯେଉଁଠି ଭରସା ନାହିଁ,ସେଇଠି ସମ୍ପର୍କ କାହିଁକି ?
🦋ସମ୍ପର୍କ, ପ୍ରେମ ଆଉ ମିତ୍ରତା ସବୁ ଜାଗା ରେ ତ ମିଳିଥାଏ, କିନ୍ତୁ ମଣିଷ ସେଇଠି ଅଟକି ଯାଏ, ଯେଉଁଠି ତାହାର ଆଦର ହୋଇଥାଏ 🙏🏾ଓଁ ନମଃ ଗଣନାୟକ🙏🏾ଶୁଭ ସକାଳ ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏🏾

Leave A Reply

Your email address will not be published.