୬ ନକଲି ନକ୍ସଲ ଗିରଫ

0 117

ମାଲକାନଗିରି, ୨୪/୬(ଏସଏସନିଉଜ) ନକ୍ସଲଙ୍କ ନାମରେ ଘରେ ପଶି ଲୁଟପାଟ କରୁଥିବା ଅଭିଯୋଗରେ ପୁଲିସ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୬ ଜଣ ନକଲି ନକ୍ସଲକୁ ଗିରଫ କରିଛି ।ସେମାନେ ହେଲେ ଭୁଷଣ ମାଡକାମ, ଲଖନ ନାଥ, ଅନନ୍ତ ନାଗ, ବିଶାଲ, ଦୀପକ ଠାକୁର, ଗୋରୀ ଶଂକର ନାଥ ।ଏମାନେ ବଜାରରେ ମିଳୁଥିବା ଅତ୍ୟାଧୁନକ ନକଲି ବନ୍ଧୁକ, ନକ୍ସଲ ଟି ସାର୍ଟ କିଣି ରାତି ଅଧରେ ଗାଁରେ ବୁଲି ଲୋକଙ୍କ ଘରୁ ଲୁଟପାଟ କରୁଥିଲେ ବୋଲି ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ।ତେବେ କିଛି ସଶସ୍ତ୍ର ନକ୍ସଲ ଘରେ ଘରେ ପଶି ଲୁଟପାଟ କରୁଥିବା ନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.