ବାଣୀବିହାରରେ ଖଣ୍ଡା ବୁଲିଲା

0 187

ଭୁବନେଶ୍ୱର, ୨୪/୬(ଏସଏସନିଉଜ) କମେଣ୍ଟ ମରାକୁ ନେଇ ବାଣୀବିହାର କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ଦୁର୍ବୃତଙ୍କ ଖଣ୍ଡା-ଭୂଜାଲି ଆକ୍ରମଣରେ କିଛି ଛାତ୍ର ଆହତ ହୋଇଥିବାବେଳେ ଗାଡିମୋଟର ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି । ଆଜି ଅପରାହ୍ଣରେ କିଛି ଅଣଛାତ୍ରମାନେ ବାଣୀବିହାର କ୍ୟାମ୍ପସରେ ପଶି ନିଶା ସେବନ କରିବା ସହ ଛାତ୍ରୀମାନଙ୍କୁ କମେଂଟ ମାରୁଥିଲେ ।ଏହାକୁ ଛାତ୍ରମାନେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ ଅଣଛାତ୍ରମାନେ ପଳାଇଯାଇଥିଲେ ।ପରେ ସନ୍ଧ୍ୟାମାୟରେ କିଛି ଯୁବକ ମୁହଁରେ ମାସ୍କ ପିନ୍ଧି ହାତରେ ଖଣ୍ଡା ଓ ଭୂଜାଲି ଧରିକ୍ୟାମ୍ପସରେ ପଶି ଆତଙ୍କ ସୃଷ୍ଟି କରିଥିଲେ । ଛାତ୍ରମାନେ ଥାନାରେ ଏତଲା ଦେବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣରେ ବସି ଥିଲୋ ସହିଦନଗର ଥାନାଅଧିକାରୀ ହିମାଂଶୁ ଭୁଷଣ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ଅଧିକ ସୁରକ୍ଷା ଯୋଗାଇଦେବା ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ ।

 

Leave A Reply

Your email address will not be published.