ଶିକ୍ଷକଙ୍କଠାରୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

0 144

ଭଦ୍ରକ, ୨୪/୬(ଏସଏସନିଉଜ) ଭଦ୍ରକ ଟାଉନ ଥାନା ପୁଲିସ ଜଣେ ଶିକ୍ଷକଙ୍କଠାରୁ ୧୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ କୁ ଧରିବା ସହ ତାଠାରୁ ୯ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମରାଠୀବାସା ଗ୍ରାମର ଶ୍ରୀକାନ୍ତ । ଅଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ୧୨ ଲକ୍ଷ ୪୬ ହଜାର ଟଙ୍କା ଉଠାଇ ବ୍ୟାଗରେ ରଖି ବାହାରକୁ ଆସୁଥିଲେ ।ଏହିସମୟରେ ଏକ କଳା ପଲସର୍ ଗାଡ଼ିରେଦୁଇଜଣ ଲୁଟେରା ତାଙ୍କ ନିକଟରୁ ଟଙ୍କା ବ୍ୟାଗଟି ଝାମ୍ପି ନେଇ ଆରଡ଼ି ଛକ ଆଡ଼େ ଦ୍ରୁତଗତିରେ ପଳାଇଥିଲେ।

 

Leave A Reply

Your email address will not be published.