୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ,

0 401

ଭୁବନେଶ୍ବର,୩୦/୧(ଏସଏସନିୟୁଜ)ଦୀର୍ଘ ୧୧ ମାସ ପରେ କଲେଜ ଛାତ୍ରଛାତ୍ର ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରିବେ। କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସହ ଶ୍ରେଣୀ ଗୃହରେ ପାଠପଢ଼ା ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଶୁକ୍ରବାର କରିଛନ୍ତି ବଡ଼ ଘୋଷଣା। ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ମାନେ କଲେଜ ଯାଇ ଶ୍ରେଣୀ ଗୃହରେ ପଢ଼ିବାକୁ ଅନୁମତି ମିଳିଛି।ଶେଷ ବର୍ଷର ଛାତ୍ର-ଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଏବେ ରାଜ୍ୟ ସରକାର ପିଜି ଓ ୟୁଜି ଛାତ୍ରଙ୍କ ପାଇଁ କଲେଜ୍ ଏବଂ ବିଶ୍ଵବିଦ୍ୟାଳୟ ଫେବୃଆରୀ ୬ରୁ ଖୋଲିବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.