ଧରାପଡିଲେ ୫ ଜଣିଆ ଡକାୟତଦଳ

0 290

କଟକ,୨୯/୧(ଏସଏସନିୟୁଜ) ବିଦ୍ୟାଧରପୁରର ତେଲିସାହି ପଡିଆଠାରେ ଗୁରୁବାରରାତିରେ ମାଛ ପରିବହନ କରୁଥିବା ଗାଡିଠାରୁ ଡକାୟତି କରିବାପାଇଁ ଯୋଜନା କରିଥିବାବେଳେ ଡକାୟତଦଳକୁ ଚାଉଳିଆଗଞ ପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ବାବୁ ଓରଫ ସୁର୍ଯ୍ୟ ନାୟକ.ବୁଡୁ ଓରଫ ସନାତନଦାସ,ବୁଟୁ ଓରଫ ପ୍ରମୋଦମଲିକ,ଚୁଙ୍ଗୁଡି ଓରଫ ବାପିନକୁମାରସେଠୀ.ଗଣେଶନାୟକନାମକ ଯୁବକଙ୍କୁ ଗିରଫ କରିଛି ପୋଲିସ ।ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ଜୀବନ୍ତଗୁଳି, କଙ୍କୁରୀ,ମୋବାଇଲଫୋନ,ଦୁଇଟିବାଇକ ଜବତ କରିଛି । ପୋଲିସ ଅନୁସନ୍ଧାନ ବେଳେ ବୁଡୁ ଓରଫ ସନାତନଦାସଙ୍କ ନାମରେ ପୁର୍ବରୁ ୭ଟିକେଶ ଚାଉଳିଆଗଞ ଓ ୨ଟି ଟାଙ୍ଗିଥାନାରେ କେଶଥିବାର ଜାଣିବାକୁ ପାଇଛି ।ସେହିଭଳିଭାବେ ଗଣେଶନାୟକଙ୍କ ନାମରେ ଚାଉଳିଆଗଞରେ୬ଟି ଓ ଜଗତପୁରଥାନରେ ୧ଟିକେଶ ରହିଛି ଓ ବାପିନ କୁମାରସେଠୀଙ୍କ ନାମରେ ଗୋଟିଏ କେଶ ପୁର୍ବରୁ ଥିବାର ଜାଣିବାକୁ ପାଇଛି ।୫୦/୨୧କେଶନଂରେ ଏକ ମକଦ୍ଦମା ରୁଜୁକରି ସେମାନଙ୍କୁ କୋର୍ଟଚାଳଣ କରାଯାଇଛି ।

Leave A Reply

Your email address will not be published.