୮ ଲକ୍ଷ ପୋଛିନେଲେ ସାଇବରଠକ

କେନ୍ଦ୍ରାପଡା଼, ୨୦/୧୨(ଏସଏସନିଉଜ)କେନ୍ଦ୍ରାପଡା଼ରେ ଅବସରପ୍ରାପ୍ତ କର୍ମଚାରୀଙ୍କ ୮ ଲକ୍ଷ ପୋଛିନେଲେ ସାଇବର ଠକ। ଏସବିଆଇରେ ଥିବା ୨ଟି ଫିକ୍ସଡ୍ ଡିପୋଜିଟରୁ  ୮ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗହୋଇଛି। ଠକେଇର ଶିକାର ହୋଇଛନ୍ତି ପାଟକୁରା ଥାନା ନୂଆଶାସନ ଗାଁର ପ୍ରହ୍ଲାଦ ଦାସ। ଏନେଇ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ପ୍ରହ୍ଲାଦ ।୨ ମାସ ତଳେ ଲୋନ ଆପରୁ କଲ୍ ଆସିଥିଲା , ହେଲେ ଓଟିପି ଦେଇନଥିଲେ। କାଲି ଫିକ୍ସଡ୍ ଡିପୋଜିଟରୁ ସୁଧ ନ ଆସିବାରୁ ବ୍ୟାଙ୍କ ଆସି ଚେକ୍ କରିଥିଲେ ପ୍ରହ୍ଲାଦ ଦାସ। ଲୋନ ଆପରେ ଟଙ୍କା ଉଠାଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଥିଲୋ

- Advertisement -

Leave A Reply

Your email address will not be published.