ଆକ୍ସନ ମୋଡ୍‌ରେ ପୋଲିସ

ଖବର ଆଜିର,ତାରିଖ ୨୩-୦୨-୨୦୨୧ ମଙ୍ଗଳବାର

0 259

୧-ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍ ଉପସ୍ଥାପନ : ୧ଲକ୍ଷ ୭୦ ହଜାର କୋଟିର ବଜେଟ୍ ୨୬% ବଢ଼ିଛି ବଜେଟ୍ ଆକାର ।
୨-କାର୍ଲିଫର୍ଣ୍ଣିଆ-ଇଣ୍ଟରନେଟ୍ ସ୍ପିଡ୍ କମିଗଲା ବୋଲି ରାଗିଗଲେ ୯୦ ବର୍ଷୀୟ ବୃଦ୍ଧ, ଖବରକାଗଜରେ ୭ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ କଲେ ଅଭିଯୋଗ ।
୩–କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ କରାଯାଇଛି ଚିକତ୍ସା ।.
୪-ଏସସିବିକୁ ‘ଏମ୍ସ ପ୍ଲସ’ କରିବା ପାଇଁ ୫୦୦ କୋଟିର ବ୍ୟୟବରାଦ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ପାଇଁ ବଜେଟରେ ୯୧୬୪ କୋଟି ।
୫-ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ବାଳକୁ ପୁଲିସ ଗିରଫ କଲା ।
୬-ଆଜିଠୁ ଜେଇଇ ମେନ୍‌, ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ।
୭-୪ଲକ୍ଷ ୪୩ ହଜାର ୪୦୧ ନେଲେଣି ପ୍ରଥମ ଡୋଜ ; ଦ୍ବିତୀୟ ଡୋଜ ନେଲେ ୧ଲକ୍ଷ ୨୨ହଜାର ୭୪୧ ।
୮-ଭିଏଲ ଏସଆରସାମ କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷା ।
୯-ଆର୍ଯ୍ୟପଲ୍ଲୀରେ ପ୍ରସ୍ତାବିତ ସାମୁଦ୍ରିକ ମାଛଧରା ବନ୍ଦର ପ୍ରସଙ୍ଗ : ସ୍ଥିତି ପରଖିଲେ ପୁନେର ୨ ବୈଜ୍ଞାନିକ ।
୧୦-ଇରାକର ରାଜଧାନୀ ବାଗଦାଦ୍‌ରେ ଆମେରିକା ଦୂତାବାସ ଉପରେ ରକେଟ୍ ମାଡ ।
୧୧-ଫିଟନେସ ଟେଷ୍ଟରେ ପାସ ହେଲେ ଉମେଶ ଯାଦବ । ଇଂଲଣ୍ଡ ବିପକ୍ଷରେ ଡେ ନାଇଟ ଟେଷ୍ଟ ପାଇଁ ଦଳରେ ହେଲେ ସାମିଲ ।
୧୨-କରୋନା ସଚେତନ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ ଓ ପ୍ରଶାସନ; ଅମାନିଆଙ୍କୁ ହେଉଛି ଫାଇନ
୧୩-ପଦ୍ମପୁର ଜିଲାପରିଷଦ ଉପନିର୍ବାଚନ: ପ୍ରଚାର ଶେଷ, ଆସନ୍ତା ୨୪ ଭୋଟ ଗ୍ରହଣ ।
୧୪-ହାଡ଼ଭଙ୍ଗା ଶୀତରେ ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ଉଷ୍ମ ରହୁଥିବା ଟେଣ୍ଟ ତିଆରି କଲେ ସୋନମ୍ ୱାଙ୍ଗଚୁକ ।
୧୫-ଦିଲ୍ଲୀ ହିଂସା : ଲାଲ କିଲ୍ଲା ଉପରେ ଚଢି ବୁଲାଇଥିଲା ଖଣ୍ଡା, ଶେଷରେ ଗିରଫ କଲା ପୋଲିସ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.