ଆଜିର ଅନୁଚିନ୍ତା

ତାରିଖ - ୨୩:୦୨:୨୦୨୧ (ମଙ୍ଗଳବାର)

0 275

➡️ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ
ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା
ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା ।
➡️ସମୁଦ୍ରରେ ସ୍ନାନ କଲାବେଳେ ନଇଁ ପଡିଲେ ମାଡି ଆସୁଥିବା ଲହଡି ଆମ ଉପର ଦେଇ ଚାଲି ଯାଏ, ଆମର କୌଣସି କ୍ଷତି କରିପାରେ ନାହିଁ ଠିକ୍ ସେହିପରି ଜୀବନରେ ଦୁଃଖ କଷ୍ଟ ଆସିଲେ ଧୈର୍ଯ୍ୟ ର ସହିତ ମଥାପାତି ସହିଗଲେ ଆମର କୌଣସି କ୍ଷତି ହୁଏନାହିଁ ।
➡️ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା କରି ନ ଥାଏ ।
➡️ଦିନ ସାରା କାମ କରି ମଣିଷ ଯେତିକି ଥକି ନ ଥାଏ, କିଛି ସମୟର ଚିନ୍ତା, ନିରାଶା, ଭୟ ଆଉ ଅସନ୍ତୋଷ ଯୋଗୁଁ ତା’ଠାରୁ ଅଧିକ ଥକି ଯାଇଥାଏ ।
➡️ଆଜି କାଲି କାହାକୁ ଭଲ Advice ଦେବା ବି ଠିକ୍ ନୁହେଁ କାରଣ ସେ ଭାବିପାରେ ଏଥିରେ କିଛି ମନ୍ଦ Aim ଅଛି ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.