ଆଜିର ଅନୁଚିନ୍ତା

ତାରିଖ - ୦୪:୦୪:୨୦୨୧ (ରବିବାର )

0 340

➡️ଜୀବନ ହେଉଛି ଏକ ଯାତ୍ରା ହେଲେ ଏ ଯାତ୍ରାର ଗନ୍ତବ୍ୟ ସ୍ଥଳ ଆଗରୁ ସ୍ଥିର ହେଇନଥାଏ, ଯାଉ ଯାଉ ସ୍ଥିର କରିବାକୁ ପଡିଥାଏ ତେଣୁ ଜୀବନରେ ଖୁସି ବାଣ୍ଟି ଚଲାନ୍ତୁ ନିଶ୍ଚୟ ଖୁସିରେ ରହିବେ !
➡️ଯୌବନରେ କାଉ ମଧ୍ୟ ସୁନ୍ଦରୀ ଦିଶେ, ଶ୍ରାବଣରେ ନଦୀ ମଧ୍ୟ କୁମାରୀ ବୋଲାଏ, କ୍ଷମତାରେ ଥିଲେ ନେତା ମାନଙ୍କର ମିଛ କଥା ମଧ୍ୟ ଅମୃତ ବାଣୀ ଆଉ ଧନ-ସମ୍ପତ୍ତି ଥିଲେ ମୂର୍ଖ ମଧ୍ୟ ଜ୍ଞାନୀ !
➡️କେବେ ଏମିତି କୌଣସି କାମ କରନ୍ତୁ ନାହିଁ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଆପଣଙ୍କୁ ଅନୁତାପ କରିବାକୁ ହେବ ଅଥବା ଅପମାନିତ ହେବାକୁ ପଡ଼ିବ।
➡️ସମସ୍ତେ କହିବେ ତୁମେ ଖୁସିରେ ରୁହ, ହେଲେ କେହି କହିବେନି ମୁଁ ତୁମକୁ ଖୁସିରେ ରଖିବି !
➡️”ଅହଙ୍କାର ଏକ ଏଭଳି ବିଧ୍ୱଂସୀ ଶବ୍ଦ ଯାହାକି ଦୁନିଆଁ/ସଂସାର/ଜଗତର ସମ୍ପର୍କ ପରି ମହାନତାକୁ ଅନାୟାସରେ ଧ୍ୱଂସ କରି ନଷ୍ଟ ଭ୍ରଷ୍ଟ କରିଦିଏ !
➡️ସେ ଯେ କୌଣସି Relation ହେଉପଛେ, ସବୁ Relationship ର ଗୋଟେ ମାତ୍ର Password
” ବିଶ୍ବାସ ”
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ

Leave A Reply

Your email address will not be published.