ଆଜିର ଅନୁଚିନ୍ତା

0 282

?କିଛି ସମ୍ପର୍କ ବଡ଼ ଅଜବ ପ୍ରକାର ଥାଏ ନା\’ ତାକୁ ପାଇ ହୁଏ ନା\’ ତାକୁ ଛାଡି ହୁଏ ! ପାଇବାକୁ ହଜାରେ ଇଛା ଥାଏ କିନ୍ତୁ ପରିସ୍ଥିତି ତାହା କରାଇ ଦିଏ ନାହିଁ !
?ସବୁ ସମୟରେ ପ୍ରାର୍ଥନା କର ଦୁନିଆର ସକଳ ଧର୍ମ ଗ୍ରନ୍ଥ ପାଠ କର ଏବଂ ଯେତେ ସବୁ ଦେବ-ଦେବୀ ଅଛନ୍ତି ପୂଜା କର.. କିନ୍ତୁ ଯେ ପର‌୍ୟ୍ୟନ୍ତ ତୁମେ ନିଜ ( ଆତ୍ମା )କୁ ଠିକ ରୂପେ ହୃଦୟଙ୍ଗମ ନ\’କରିଛ, ସେ ପର‌୍ୟ୍ୟନ୍ତ ମୁକ୍ତି ନାହିଁ !!
?ଜରୁରୀ ନୁହେଁ ଯେ ସବୁ ଭଲ ପାଇବାର ଅର୍ଥ ପ୍ରେମ ହିଁ ହୋଇଥିବ, ବେଳେବେଳେ କିଛି ଅଜଣା ସମ୍ପର୍କ ପାଇଁ ମଧ୍ୟ ହୃଦୟ କାନ୍ଦି ପକାଏ !
?ସମ୍ପର୍କକୁ ଯଦି ବଞ୍ଚେଇବା ପାଇଁ ଚାଁହୁଥିଲେ, ଝଗଡା ହେଲେ ଭୁଲ ଥାଉ କି ନଥାଉ \”ଭୁଲ ମୋର\” ବୋଲି କୁହ !
?Tention ଦୂର କରିବା ପାଇଁ ନିଶା ନୁହେଁ, ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ !
?ନାରୀ ଖେଳନା ନୁହେଁ, ଭଗବାନଙ୍କ ପରେ ଯଦି କେହି ପୂଜନୀୟ ଥାଏ ସେ ହେଉଛି ନାରୀ ! ଯିଏ ମୃତ୍ୟୁ କୋଳରେ ଶୋଇ ଜୀବନକୁ ଜନ୍ମ ଦିଏ !
?ଜୀବନରେ କେବେବି ନିରାଶ ହୁଅନ୍ତୁ ନାହିଁ..ନିରାଶା ବାଦ କେବଳ ଏକ ଆତ୍ମ ତୃପ୍ତି, ଆଉ କିଛି ନୁହେଁ..ଏହା ଆମର କିଛି କରିବାର ଇଛାକୁ ପଙ୍ଗୁ କରିଦିଏ !
?ଭାଷା ମନୁଷ୍ୟର ବ୍ୟବହାର ଓ ସଂସ୍କାର ପ୍ରକାଶ କରେ, ଚେହେରା ତ କେବଳ ଅଭିନୟ ହିଁ କରେ !
ଜୟ ଜଗନ୍ନାଥ

Leave A Reply

Your email address will not be published.