ସଟ୍‌ଡାଉନ୍‌ରେ ଟୁଇନ୍ ସିଟିରେ ଚେକିଂ କଡାକଡି

0 253

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ଆସନ୍ତାକାଲିଠୁ ଟୁଇନ୍ ସିଟିରେ ସଟଡାଉନ୍ ଲାଗୁ ହେବା କୁ ଯାଉଛି । ଦୁଇ ଦିନ ଧରି ସଟଡାଉନ୍ କଟକଣା ବଳବତ୍ତର ରହିବ ।କମିସିନେରେଟ ପୋଲିସ ପକ୍ଷରୁ କଡାକଡି ଚେକିଂ ମଧ୍ୟ କରାଯିବ । କରୋନା ରାଜ୍ୟରେ ବଢିଚାଲିଛି । କରୋନା ଚେନ୍ ଭାଙ୍ଗିବାକୁ ସରକାର ସଟଡାଉନ୍ ନିଷ୍ପତ୍ତି ନେଇଛନ୍ତି। କୋଭିଡ ନିୟମ ଅନୁପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେବାସହ ଅମାନିଆ ମାନଙ୍କ ପ୍ରତି କଡା କାଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରିଛନ୍ତି ଯେ, ଭୁବନେଶ୍ୱରରେ ୪୩ ନାକାବନ୍ଦୀ ଜାଗାରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ଓ କଟକରେ ୨୫ ନାକାବନ୍ଦୀ ଜାଗାରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ । ଅତ୍ୟାବଶ୍ୟକ ସେବା କର୍ମଚାରୀଙ୍କମାନେ ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ ଯାଇପାରିବେ । ଏହି ସମୟରେ ଯିଏ ନିୟମ ମାନିବେ ନାହିଁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.