ଥରିଲା ଆସାମ

ଖବର ଆଜିର,ତାରିଖ ୦୨-୦୫-୨୦୨୧/ ରବିବାର

0 477

୧-ଆଜି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।
୨-ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ ।
୩–ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି ।
୪-ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ।
୫-ଲଣ୍ଡନରେ ଆଦର ପୁନାଓ୍ବାଲା: କହିଲେ- ଭାରତ ଫେରିବାକୁ ଚାହୁଁନାହିଁ, ଶକ୍ତିଶାଳୀ ଲୋକ ହଇରାଣ କରୁଛନ୍ତି .
୬-ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ
୭-କଠୋର ଲକଡାଉନ ଲାଗୁ ନ ହେଲେ ଆଉ ସମ୍ଭାଳି ହେବ ନାହିଁ : ଏମ୍ସ ନିର୍ଦ୍ଦେଶକ ।
୮-ଦୈନିକ ସଂକ୍ରମଣର ନୂଆ ବିଶ୍ୱ ରେକର୍ଡ କଲା ଭାରତ ।୨୪ ଘଂଟାରେ ୪ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୫ ଶହରୁ ଅଧିକ ମୃତ ।
୯-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୩୦୦ରୁ ଅଧିକ ଭାରତୀୟ ବୈଜ୍ଞାନିକ, ‘ସମୟ ପୂର୍ବରୁ ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଉପରେ ଅଧ୍ୟୟନ ଜରୁରୀ’ ।
୧୦-ଟିକା ଅଭାବ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ୮ଟି ରାଜ୍ୟରେ ସାଙ୍କେତିକ ଭାବେ ସାବଳକଙ୍କୁ ଦିଆଗଲା କରୋନା ଟିକା ।
୧୧-ଗର୍ଭବତୀ ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ଅଫିସ୍ ମନା, ଶନିବାର ବନ୍ଦ ରହିବ ସବୁ ଅଫିସ ।
୧୨-ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌, ଟ୍ବିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ।
୧୩-ମଇ ୧ ତାରିଖ ଠାରୁ ଏଲପିଜି ସିଲିଣ୍ଡର ହେଲା ଶସ୍ତା :୧୯ କେଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହେଲା ୪୫ ଟଙ୍କା.୫୦ ପଇସା
୧୪-ଆଇପିଏଲ୍ ଅଧାରୁ ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ । ୱାର୍ଣ୍ଣର ହଟିଲେ, ୱିଲିୟମସନ୍ ନୂଆ ଅଧିନାୟକ ।
୧୫-ଭାରତରେ କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ ହିଁ ଭଲ ଉପାୟ, ପରାମର୍ଶ ଦେଲେ ଆମେରିକାର ବରିଷ୍ଠ ଡାକ୍ତର ।
୧୬-କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ମେ ୩ରୁ ନେଇପାରିବେ ଟିକା ।
୧୭-କରୋନା ବିରୋଧୀ ଲଢେଇରେ ରାଜ୍ୟମାନଙ୍କୁ ମିଳିଲା କେନ୍ଦ୍ରର ସହାୟତା । କେନ୍ଦ୍ରସରକାର ଜାରି କଲେ ଏସଡିଆରଏଫ୍ ର ପ୍ରଥମ କିସ୍ତି ।
୧୮-ତୃତୀୟ ଥର ପାଇଁ ଥରିଲା ଆସାମ, ଭୟରେ ବାହାରକୁ ଦୌଡ଼ି ଆସିଲେ ଲୋକେ ।
୧୯-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ଝଡବର୍ଷା ସହ କୁଆପଥର ମାଡ଼
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.