ଆଜିର ସନ୍ଥବାଣୀ

0 271

ପୃଷ୍ଠ ଭୂମି
?ଲୋକଙ୍କର “ଘୃଣା” କୁ ପସନ୍ଦ କରିବା, କିନ୍ତୁ ଲୋକଙ୍କ ଦେଖାଣିଆ ଅତ୍ମୀୟତା ଓ ସହାନୁଭୂତି ଠାରୁ ସର୍ବଦା ଦୁରେଇ ରହିବା
?ଯଦି କାହା ସହିତ ସମ୍ପର୍କ ଶେଷ ହୋଇଯାଏ ତେବେ ତାଙ୍କ ଗୋପନ କଥା ଗୁଡିକ ସବୁବେଳେ ଗୋପନ ହିଁ ରଖିବା !
?କିଛି ସମ୍ପର୍କ ଏଥିପାଇଁ ଭାଙ୍ଗିଯାଏ,କାରଣ ସେଥିରେ ଜଣେ ଅପେକ୍ଷା କରିଥିବା ବେଳେ ଅନ୍ୟ ଜଣେ ତାକୁ ଗୁରୁତ୍ୱ ଦେଇ ନଥାଏ !
?ସୁଖ ବାହାରୁ ମିଳିବା ଜିନିଷ ନୁହେଁ,କିନ୍ତୁ ଅହଙ୍କାର ନ ଛାଡିଲେ ଏହା ହାସଲ ହୋଇ ପାରିବ ନାହିଁ !!
?ଯିଏ ଅନ୍ୟର ଜୀବନରୁ ଦୁରେଇ ଯାଏ ସେ ନିଜକୁ ବି ନିଜର କରି ପାରେନା, ପବିତ୍ର ସମ୍ପର୍କକୁ ଯିଏ ପାଦ ରେ ଆଡେଇ ଦିଏ ସେ ନିଜ ହୃଦୟକୁ ବି ଖୋଜି ପାଏନା
?ଯେଉଁ ବ୍ୟକ୍ତି ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ପଦକ୍ଷେପ ନେଇଥାଏ ସେ ହିଁ ଅହଙ୍କାର ପାଇଁ ଦିନେ ପଶ୍ଚାତାପ କରେ
?ଆଜିର ସନ୍ଥବାଣୀ?
?ବିନା ଶ୍ରଦ୍ଧାରେ କରାଯାଉଥିବା ଦାନ, ତପ କି ଯଜ୍ଞ କୁ ଅସତ୍ କୁହାଯାଏ !
?ଜାଗ୍ରତ ମାତ୍ରକେ ଯେପରି ସ୍ବପ୍ନ ଆଉ ରହେନାହିଁ କେବଳ ଦ୍ରଷ୍ଟା ହିଁ ରହିଯାଏ, ଠିକ ସେପରି ବୁଦ୍ଧି ଉଚ୍ଚତର ସୋପାନରେ ପହଁଚିଲେ ଏହାର ନୀଚ୍ଚବୃତ୍ତି ସ୍ୱତଃ ଲୁପ୍ତ ହୋଇଯାଏ !
?ଭୟ ମନୁଷ୍ୟର ଅଜ୍ଞାନ ର ଛାୟା, ଅପରାଧ ଜନ୍ୟ ପାପର କାୟା । ଏହା ମନୁଷ୍ୟକୁ ଧର୍ମ ମାର୍ଗରୁ ବିଚ୍ୟୁତ କରିବା ପାଇଁ ଏକ ଆସୁରୀ ମାୟା ମାତ୍ର।ପରମାତ୍ମା ଙ୍କ ଅଭୟ ପଦର ଆଶ୍ରୟ ଭୟକୁ ନିବାରଣ କରିଥାଏ !
?ଯେଉଁ ବ୍ୟକ୍ତି ପାଖରେ ଧାରଣାର ଦୃଢତା ଓ ଉଦ୍ଦେଶ୍ୟର ପବିତ୍ରତା, ଏ ଦୁଇଟି ଗୁଣ ଅଛି ସେ ଅବଶ୍ୟ ହିଁ ବିଜେତା ହୋଇଥାଏ । ଏହି ଦୁଇଟି ଶସ୍ତ୍ର ଦ୍ବାରା ସଜ୍ଜିତ ପୁରୁଷ ସଂସାରର ସମସ୍ତ ବାଧାବିଘ୍ନ ମାନଙ୍କୁ ପରାହତ କରି ନିଶ୍ଚିତ ଭାବରେ ବିଜୟପତାକା ଉଡାଇଥାଏ !
?“ଯେଉଁ-ଦେଶରେ ଜନ୍ମ ହୁଅ ନା କାହିଁକି ଯେଉଁଠି ତୁମେ ଯାଅ ବା ରୁହ, ସେହି-ଦେଶର ନିର୍ଦେଶ (ନିୟମ) ମାନି ମିତ୍ର ଭାବରେ ସ୍ୱାର୍ଥ ଦେଖ” !
?ଯେଉଁଦିନ ଆମର ଏ ଧାରଣା ଦୃଢ଼ ହେଇଯିବ ଯେ ଆମେ କେବଳ ଈଶ୍ୱରଙ୍କ ପାଇଁ ବଞ୍ଚୁଛୁ ସେବେ ମୃତ୍ୟୁର ଭୟ ସବୁଦିନ ପାଇଁ ଆମ ମନରୁ ଚାଲିଯିବ !
?ଭକ୍ତିରେ ଶ୍ରଦ୍ଧା ଓ ଭାବ ବିନା ନାଁ ସିଦ୍ଧି ନାଁ ମୁକ୍ତି, କିଛି ବି ମିଳେ ନାହିଁ, କେବଳ ଶ୍ରମ ହିଁ ସାର ହୋଇଥାଏ !!ଜଗନ୍ନାଥ!!

Leave A Reply

Your email address will not be published.