୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

0 224

ଭୁବନେଶ୍ୱର,୧୭/୫(ଏସଏସନିୟୁଜ) ନାରଦା ଲାଂଚ ମାମଲାରେ ପଶ୍ଚିମବଙ୍ଗର ୨ଜଣ ମନ୍ତ୍ରୀ, ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କୁ ସିବିଆଇର ଗିରଫ କରିଛି । ପଶ୍ଚିମବଙ୍ଗ ମନ୍ତ୍ରୀ ତଥା କୋଲକାତା ଟିଏମସି ହେଭିୱେଟ୍ ତଥା ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ବିଧାୟକ ମଦନ ମିତ୍ର ,କୋଲକାତାର ପୂର୍ବତନ ମେୟର ସୋଭାନ ଚାଟାର୍ଜୀଙ୍କୁ ଙ୍କୁ ସିବିଆଇ ଉଠାଇ ନେଇଛି। ସୋମବାର ସମାନ୍ତରାଳ ଭାବେ ସିବିଆଇ ଚଢାଉ କରିଥିଲା । ଟିଏମସି ନେତାମାନଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କାର୍ଯ୍ୟାଳୟକୁ ନିଆଯାଇଥିଲା। ମମତା ବାନାର୍ଜୀ ତାଙ୍କ ମନ୍ତ୍ରୀ ଏବଂ ବିଧାୟକଙ୍କ ଗିରଫ ପରେ ଖୁବ ଶୀଘ୍ର ଅନ୍ୟ ଟିଏମସି ନେତାମାନଙ୍କ ସହ କୋଲକାତାରେ ସିବିଆଇ କାର୍ଯ୍ୟାନୁଷ୍ଠାନ ପହଞ୍ଚିଥିଲେ । କିଛି ଦିନ ପୂର୍ବରୁ ବଙ୍ଗଳା ରାଜ୍ୟପାଳ ଜଗଦୀପ ଧନକର ଏହି ଟିଏମସି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇକୁ ଅନୁମତି ଦେଇଥିଲେ।ସିବିଆଇ ଟିମ୍ ଫିରହାଦ୍ ହାକିମଙ୍କୁ ସେମାନଙ୍କ ଗାଡିରେ ବସିଥିବା ବେଳେ ଟିଏମସି ହେଭିୱେଟ୍ ସମର୍ଥକମାନେ ସୁରକ୍ଷା ବାହିନୀ ସହିତ ରାସ୍ତାରେ ଢେଲାପେଲା କରିଥିଲେ । ଟିଏମସି କର୍ମୀ ଓ ସମର୍ଥକମାନେ ସିବିଆଇ ଅଫିସ ଆଗରେ କେନ୍ଦ୍ର ବିରୋଧୀ ନାରାବାଜି କରିବା ସହ ପୋଲିସ ଉପରକୁ ଟେକା, ପଥର ମାଡ କରିବାରୁ ପୋଲିସକୁ ପାଲଟା ଲାଠି ଚାଳନା କରିବାକୁ ପଡିଛି ।

 

 

 

Leave A Reply

Your email address will not be published.