ଆଜିର ଅନୁଚିନ୍ତା

ତାରିଖ - ୨୩:୦୫:୨୦୨୧ ( ରବିବାର)

0 508

➡️ବାପା ମାଆଙ୍କୁ କଷ୍ଟ ଦେଇ ଦୁନିଆରେ କେହି କେବେ ବି ସୁଖରେ ରହି ପାରିବେ ନାହିଁ ।
➡️ପିମ୍ପୁଡି ପରି ଯଦି ମଣିଷ ବି ପରିବାରରେ ଜଣେ ଜଣଙ୍କୁ ସାହାର୍ଯ୍ୟ କରିବ କଠିନରୁ କଠିନ କାମ ବି ବହୁତ ସରଳତାର ସହିତ ସମ୍ପୁର୍ଣ୍ଣ ହୋଇଯିବ ।
➡️ ଆଜିକାଲି ଲୋକେ ମଜାକ୍ କମ୍ କରନ୍ତି କିନ୍ତୁ ମଜାକ୍ ବାହାନାରେ ଅପମାନ ବେଶି କରନ୍ତି ।
➡️ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଉଚିତ୍, କାହିଁକି ନା ଅଭିମାନ ଯେତେବେଳେ ଅହଙ୍କାର ରୂପ ନିଏ ସେତେବେଳେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ
➡️ଜୀବନରେ —-Block କରିବା –ବହୁତ ସହଜ ହେଲେSearch କରିବା —-ବହୁତ କଷ୍ଟ —!
➡️ଏ ସଂସାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ନିଜର ବୁଦ୍ଧି , ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଧୌର୍ଯ୍ୟ , ସବୁଠାରୁ ଭଲ ସୁରକ୍ଷା ହେଉଛି ବିଶ୍ଵାସ , ସବୁଠାରୁ ଭଲ ଔଷଧ ହେଉଛି ହସ , ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏସବୁ ନିଶୁଳ୍କରେ ମିଳିଥାଏ !
➡️ଯେତେବେଳେ ମଣିଷ ଅନ୍ୟ କାହାକୁ ଅସମ୍ମାନ ବା ଅପମାନ କରୁଥାଏ , ସେତେବେଳେ ସେ ଗୋଟିଏ ଜିନିଷ ଭୁଲିଯାଏ ଯେ ସେତେବେଳେ ସେ ଅନ୍ୟ କାହାର ନୁହେଁ ବରଂ ନିଜର ସମ୍ମାନ ହରାଉଥାଏ !
➡️ନିଜର ଆତ୍ମବିଶ୍ଵାସ କୁ ସବୁବେଳେ ସୁଦୃଢ କରନ୍ତୁ କାହିଁକିନା ଆତ୍ମବିଶ୍ବାସ ସୁଦୃଢ ଥିଲେ ଉଚ୍ଚପଦସ୍ଥ ଲୋକମାନେ ମଧ୍ୟ ଆପଣଙ୍କ ଆଗରେ ହାର୍ ମାନିବାକୁ ବାଧ୍ୟ ହେବେ
➡️ସମୟ ଏଠି ପ୍ରତିମୁହୁର୍ତ୍ତରେ ଆମ ମାନଙ୍କ ସହ ଲୁଚକାଳି ଖେଳୁଛି . କେବେ ସମୟ ଭିତରେ ନିଜକୁ ଛନ୍ଦି ଦିଅ ସମୟର ତାଳରେ ନିଜ ଗୋଡ ହାତ ବାନ୍ଧି ଦିଅ ଦେଖିବ ସମୟ ଖୁବ୍‌ ଆପଣାର ଲାଗିବ !!”
➡️ସମୟର ସୁଅରେ ସବୁକିଛି ଭାସିଯାଏ , ହେଲେ ସ୍ମୃତି ହୋଇ ରହିଯାଏ କାଲିର ଅତୀତ ଆଉ ଆଶା ହୋଇ ବଞ୍ଚି ରହେ ଆସନ୍ତା କାଲିର ଭବିଷ୍ୟତ !
ଆଜିର ନୀତିବାଣୀ
➡️”ବିନା ନିମନ୍ତ୍ରଣରେ କାହା ଘରକୁ ଯିବା, ବିନା ପ୍ରଶ୍ନରେ କିଛି କହିବା ଠିକ୍ ନୁହେଁ !!
➡️”ବୁଦ୍ଧି ବିନା ବଳ ବେକାର । ଯାହା ପାଖରେ ବଳ ଅଛି ମାତ୍ର ବୁଦ୍ଧି ନାହିଁ ସେ ନିଜଠାରୁ ଦୁର୍ବଳ ଲୋକ ପାଖରେ ମଧ୍ୟ ପରାଜୟ ବରଣ କରିପାରେ !!
➡️”ବୁଦ୍ଧିମାନ ବ୍ୟକ୍ତି ସାଧାରଣ ଦ୍ରବ୍ୟକୁ ଅସାଧାରଣ ବନାଇ ଦେଇପାରେ !!
➡️”ବୁନ୍ଦେବୁନ୍ଦେ ଜଳ ମିଶି ସମୁଦ୍ର ହୋଇପାରେ । ଅଳ୍ପ ଅଳ୍ପ ସଂଚୟ କରି ଜଣେ ଧନୀ ହୋଇପାରେ”
➡️”ବୟସ ବଢିଗଲେ ରୂପର ମହକ ମଉଳିଯାଏ !!
➡️”ଭଲ କର୍ମର ଭଲ ଫଳ ଓ ମନ୍ଦ କର୍ମର ମନ୍ଦ ଫଳ ଅବଶ୍ୟ ମିଳେ !!
➡️”ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ଘରେ ରହିଲେ ଜଣେ ବଡ ହୋଇଯାଏ ନାହିଁ । ଭଲ ଗୁଣ ଓ ଜ୍ଞାନ ଥିଲେ ଜଣେ ବଡ ହୁଏ ! ଶୁଭ ସକାଳ,ଜୟ ଶ୍ରୀକୃଷ୍ଣ,ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!

Leave A Reply

Your email address will not be published.