ଆଜିର ଅନୁଚିନ୍ତା

0 330

?ମନରେ ଯେତେବେଳେ ଅନ୍ୟର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି । ତତ୍କ୍ଷଣାତ୍ କାଳବିଲମ୍ବ ନ କରି ସେହି ପାପପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ଥାର, ନଚେତ୍ ସବୁ ନଷ୍ଟ ହୋଇଯିବ !!
?ତୁମର ମନ ଯେତେ ନିର୍ମଳ ହେବ ତୁମର ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ !
?ଜଗତରେ ମଣିଷ ଯେତେ-ଯାହା ଦୁଃଖ ପାଏ ତାହାର ଅଧିକାଂଶ ହିଁ କାମିନୀ-କାଞ୍ଚନ ପ୍ରତି ଆସକ୍ତିରୁ ଆସେ, ସେ ଦୁଇଟା ପାଖରୁ ଯେତିକି ଦୂରେଇ ରହିବ ସେତିକି ମଙ୍ଗଳ
?ଯେ ଅନୁତପ୍ତ ହୋଇ ମଧ୍ୟ ପୁନରାୟ ସେହିପ୍ରକାର ଦୁଷ୍କର୍ମରେ ରତ ହୁଏ, ବୁଝିବାକୁ ହେବ ସେ ସତ୍ୱରହିଁ ଅତ୍ୟନ୍ତ ଦୁର୍ଗତିରେ ପତିତ ହେବ !
?ମନୁଷ୍ୟକୁ ପ୍ରକୃତ ଅନୁତାପ ଆସିଲେ ହିଁ ତାହାର ସମସ୍ତ ଲକ୍ଷଣ ଗୁଡିକ ଊଣାଅଧିକେ ପ୍ରକାଶ ପାଏ !
?ସତ୍ କର୍ମରୁ ହଟି ଯିବାଟା ଦୁର୍ବଳତା ନୁହେଁ, ଚେଷ୍ଟା ନ କରିବାହିଁ ଦୁର୍ବଳତା । ତୁମେ କୈାଣସି କିଛି କରିବାକୁ ପ୍ରାଣପଣେ ଚେଷ୍ଟା କରିବା ସତ୍ତ୍ୱେବି ଯଦି ବିଫଳମନୋରଥ ହୁଅ, କ୍ଷତି ନାହିଁ । ତୁମେ ଛାଡ଼ନା, ଏହି ଅମ୍ଳାନ ଚେଷ୍ଟାହିଁ ତୁମକୁ ମୁକ୍ତି ଆଡ଼କୁ ନେଇଯିବ !
ସମାନ ଭଗବାନ ସମସ୍ତ ପ୍ରାଣୀମାନଙ୍କରେ ବାସ କରନ୍ତି । ଲୋକମାନେ ଈଶ୍ବରଙ୍କୁ ଅନେକ ନାମ ଯଥା- ଆଲ୍ଲା, ଯୀଶୁ, ରାମ, କୃଷ୍ଣ ଇତ୍ୟାଦି ନାମ ଦିଅନ୍ତି, କିନ୍ତୁ ଭଗବାନ ଏକ ଅଟନ୍ତି । ଭଗବାନଙ୍କ ବିଭିନ୍ନ ନାମ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖ ନାହିଁ । ଲଡୁ, ଜଲେବି ଏବଂ ମଇସୋର ପାଗ ପରି ଅନେକ ମିଠା ଅଛି, କିନ୍ତୁ ସେଗୁଡ଼ିକରେ ଚିନିର ସମାନ ଅତ୍ୟାବଶ୍ୟକ ଉପାଦାନ ଅଛି । ନାମ ଏବଂ ରୂପ ଭିନ୍ନ ହୋଇପାରେ, କିନ୍ତୁ ଆତ୍ମା ​​ସମସ୍ତଙ୍କ ମଧ୍ୟରେ ସମାନ । ଏହି ନାମ ସହିତ ରାମ ଏବଂ କୃଷ୍ଣ ଜନ୍ମ ହୋଇନଥିଲେ; ସେମାନଙ୍କୁ ସେମାନଙ୍କର ପିତାମାତାମାନେ ଏହି ନାମ ଦେଇଥିଲେ । ଭଗବାନ କୌଣସି ନିର୍ଦ୍ଦିଷ୍ଟ ନାମ ସହିତ ଆସନ୍ତି ନାହିଁ । ନିର୍ଗୁଣମ୍, ନିରଂଜନମ୍, ସନାତନ ନିକେତନମ୍, ନିତ୍ୟ, ଶୁଦ୍ଧ, ବୁଦ୍ଧ,ମୁକ୍ତ, ନିର୍ମଳା ସ୍ୱରୂପିଣମ୍ (ଭଗବାନ ଗୁଣହୀନ, ଶୁଦ୍ଧ, ଅନ୍ତିମ ବାସସ୍ଥାନ, ଅନନ୍ତ, ଅଜ୍ଞାତ, ଜ୍ଞାନଦୀପ୍ତ, ମୁକ୍ତ ଏବଂ ପବିତ୍ରତାର ପ୍ରତୀକ) । ନାମ ଏବଂ ରୂପ ଦ୍ୱାରା ବାହିତ ହୁଅ ନାହିଁ । ଆତ୍ମା ନୀତି ଉପରେ ନିର୍ଭର କର ଯାହା ରୂପହୀନ!
-ଆଜିର ନୀତିବାଣୀ-
?ଯଦି ଉପର ଵାଲା ସହିତ ତୁମର ସମ୍ପର୍କ ମଜଭୁତ ଅଛି, ତେବେ ମର୍ତ୍ୟରେ ଥିବା ମନୁଷ୍ୟ ତୁମର କିଛି କ୍ଷତି କରି ପାରିବ ନାହିଁ !
?ଏମିତି ମୋହରେ ନପଡନ୍ତୁ ଯେମିତି କାହାର ଦୋଷକୁ ଲୁଚେଇବାକୁ ପଡିବ, ଘୃଣା ଏତେଟା ନ କରନ୍ତୁ ଯେମିତି କାହାର ଭଲ ଗୁଣ ଓ କର୍ମକୁ ଦେଖି ନ ହେବ !
?”ନାରୀ ଓ ବୃକ୍ଷ” ଖୁସି ହେଲେ ଫୁଲରେ ସଜେଇ ଦିଅନ୍ତି, ଦୁହେଁ ବଢନ୍ତି ଆଉ ଶୋଭା ବର୍ଦ୍ଧନ କରନ୍ତି l ତାଙ୍କ ଛାଇରେ କେତେ ଲୋକ ଖେଳି ବୁଲନ୍ତି, ଗଛ ଚାହିଁ ଥାଏ କିଛି ପାଣି, କିଛି ମାଟି ଏବଂ ନାରୀ ଚାହିଁଥାଏ କେବଳ ପ୍ରେମ ଆଉ ବିଶ୍ୱାସ !
?”ପୁରୁଷ” ଯେତେ ବି ଟଙ୍କା ଖର୍ଚ୍ଚ କରି ରାଜପ୍ରାସାଦ ପରି ଘର ତିଆରି କରୁ.. କିନ୍ତୁ ସେ ଘର କୁ ସ୍ୱର୍ଗ କେବଳ “ସ୍ତ୍ରୀ” ହିଁ କରି ପାରିବ !
?ଆଜିକାଲି କିଏ ସତ କହୁଛି କିଏ ଅଭିନୟ କରୁଛି ଚିହ୍ନିବା ଓ ବୁଝିବା ବହୁତ କଷ୍ଟକର !
?ସମ୍ନାନ ଏମିତି ଏକ ଜିନିଷ ଅଟେ ଯାହାକି ଆମେ ଯେତେ ଅଧିକ ଅନ୍ୟକୁ ଦେଇଥାଉ ତାହା ସେତେ ଅଧିକ ସୁଧ ସହିତ ଆମକୁ ମିଳିଥାଏ ! ?ଜୟ ଜଗନ୍ନାଥ?

 

Leave A Reply

Your email address will not be published.