ବାଇକ୍ ରଖିବାକୁ କେନ୍ଦ୍ରକରି ସଙ୍ଗବଦ୍ଧ ଆକ୍ରମଣ ୧ମୃତ,୩ଆହତ

0 211

ବଡ଼ମ୍ବା, ୫/୧୧(ଏସଏସନିୟୁଜ) ବାଇକ୍ ରଖିବାକୁ କେନ୍ଦ୍ରକରିଗୋଟିଏ ପରିବାରକୁ ସଙ୍ଗବଦ୍ଧ ଆକ୍ରମଣ କରାଯିବା ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିବାସହ ୩ଜଣ ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି ।ଏହିଭଳିଘଟଣା ବଡ଼ମ୍ବା ଥାନା ଅନ୍ତର୍ଗତ ମୁଗଗହୀର ଗ୍ରାମରେ ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ମୁଗହୀର ଗ୍ରାମର ସୁନୀଲ କୁମାର ଖଟୁଆ ।ବାଇକ ଥୋଇବାକୁ କେନ୍ଦ୍ରକରି ସୁନୀଲ ଉପରେ ସଙ୍ଗବଦ୍ଧଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବାର ମୃତକଙ୍କ ପିତା କୈଳାସ ଖଟୁଆ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ହେଲେ ପୋଲିସର ଅସହଯୋଗ କାରଣକୁ ଦର୍ଶାଇ ଗ୍ରାମବାସୀମାନେ ଗ୍ରାମରଶତାଧିକଲୋକ ଗୁରୁବାର ଦିନ ମୃତକଙ୍କ ଶବକୁ ରଖି ଶତାଧିକ ଗ୍ରାମବାସୀ ଟାୟାର ଜାଳି ବଡ଼ମ୍ବା ଥାନା ସମ୍ମୁଖ ମୁଖ୍ୟରାସ୍ତାରେ ଧାରଣା ଦେଇଥିଲେ। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ଏହି ଘଟଣାରେ ପୋଲିସ ମୁଖ୍ୟଅଭିଯୁକ୍ତ ଚରଣ ରାଉତକୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.