ପଟ୍ଟାମୁଣ୍ଡାଇ,୧୭/୬(ଏସ ଏସ ନିଉଜ)ଗଭୀର ସମୁଦ୍ରରେ ବୁଡ଼ିଗଲା ମାଛ ଧରିବାକୁ ଯାଇଥିବା ଟ୍ରଲର। ତାଳଚୁଆ ଅଞ୍ଚଳରୁ ମାଛ ଧରିବାକୁ ଯାଇଥିବା ଟ୍ରଲର ସମୁଦ୍ରରେ ବୁଡ଼ିଗଲା। କାଲିଠୁ ସମୁଦ୍ରରେ ବୁଡ଼ି ଯାଇଥିବା ଟ୍ରଲରକୁ ଠାବ କଲା ତଟରକ୍ଷୀ ବାହିନୀ। ଟ୍ରଲରରେ ଥିବା ୧୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ।ସନ୍ଧାନ ବେଳେ ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। କୋଷ୍ଟଗାର୍ଡ ତଥା ସାମୁଦ୍ରିକ ଥାନା କର୍ମଚାରୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାରିଥିବା ସୂଚନା ମିଳିଛି। ଟ୍ରଲରଟି ସମୁଦ୍ରରେ ଗତକାଲି ଅଧା ବୁଡ଼ିଥିବା ବେଳେ ଆଜି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି ।
