ପୁଣି ଚର୍ଚ୍ଚାରେ ଏନଡିଆରଏଫ ଯବାନ

ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଡ଼ାକ୍ତରଖାନାରେ ଭର୍ତିକଲେ

0 274

ବାରଙ୍ଗ,୪/୭(ଏସଏସନିଉଜ)ବାରଙ୍ଗ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀର ଯବାନ ମାନେ ଆସାମ ବନ୍ୟା ଉଦ୍ଧାର କାର୍ଯ୍ୟ ସାରି ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି କ୍ୟାମ୍ପକୁ ଫେରୁଥିଲେ।ଏହି ସମୟରେ କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ନିକଟ ଜାତୀୟ ରାଜପଥରେ ସନ୍ଧ୍ୟା ସମୟରେ କଟକ ନିଆଳି ଅଞ୍ଚଳର ଦମ୍ପତି ଅନ୍ତର୍ଯ୍ୟାମୀ ରଣା(୫୪) ଓ ତାଙ୍କ ପତ୍ନୀ ସୁଭାଙ୍ଗିନୀ ରଣା (୫୨) ଏକ ଟ୍ରକ ସହ ଦୁର୍ଘଟଣା ଘଟି ରାସ୍ତା କଡ଼ରେ ପଡ଼ିରହିଥିଲେ।ବ୍ୟକ୍ତିଙ୍କ ମୁହଁ ଏବଂ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିଲା।ତାଙ୍କ ପତ୍ନୀଙ୍କ ମଧ୍ୟ ଡାହାଣ ହାତ ଏବଂ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।ଏହା ଦେଖି ସବ୍ ଇନ୍ସପେକ୍ଟର ଧନଞ୍ଜୟ କୁମାର,ହେଡ କନେଷ୍ଟବଳ ଏକେ ଦାସ,କନେଷ୍ଟବଳ ସୋହନ ପ୍ରିୟତମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦମ୍ପତିଙ୍କୁ ପ୍ରାଥମିକ ଚିକିତ୍ସା କରି ନିଜ ଏନଡିଆରଏଫ ଗାଡ଼ିରେ ନେଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବାରୁ ସେମାନେ ସେଠାରେ ଡ଼ାକ୍ତରଖାନାରେ ପହଞ୍ଚି ଉପସ୍ଥିତ ଏନଡିଆରଏଫ ଯବାନଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.