ଭିତ୍ତିପ୍ରସ୍ତର ସ୍ଥାପନ କଲେ

ଅଧିକାରୀଙ୍କୁ ଚେତାବନୀଦେଲେ ବିଧାୟକ

0 170

ବାରଙ୍ଗ ୯/୧୨(ଡିଏନଏ) ରାଜଧାନୀ ଉପକଣ୍ଠ ଦାଢାପଞ୍ଚାୟତ ଅନ୍ତର୍ଗତ ଦାଢା ଶନିମନ୍ଦିର ଠାରୁ ବାରଙ୍ଗ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ଦିନ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱରେଯାଗନବିଜେଡିସାଧାରଣସମ୍ପାଦକ ନିର୍ମଳରାଉତ, ସରପଞ୍ଚ ନିଶିପଦ୍ମା କାଣ୍ଡି,ନାଏବ୍ ସରପଞ୍ଚ ରଣଞିତ୍ ଦାସ,କେନ୍ଦୁପାଟଣା ଗ୍ରାମ ସଭାପତି ପ୍ରଦୀପ୍ତ ବେଉରା,ଯୁବନେତା ଜନକ ମାଝୀ, ରାଜକିଶୋର ପରିଡା,ଓ୍ବାର୍ଡସଭ୍ୟ ରମେଶ କାଣ୍ଡି,ମାୟାଧର ବସ୍ତିଆ,ପବିତ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।ଏହି ରାସ୍ତା ନିର୍ମାଣ ଲାଗି ୧୭ଲକ୍ଷ ଟଙ୍କା ବ୍ୟୟଅଟକଳରେ ୪୬୦ମିଟର ଲମ୍ବ ସହିତ ୧୦୦ମିଟର ସମଟିଙ୍ଗ କାନ୍ଥ ନିର୍ମାଣ କରାଯିବ।ଦୁଇ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ।କିନ୍ତୁ ଏହି କାମର ମାନନେଇ କୈାଣସି ଅଭିଯୋଗ ଯେପରି ନଆସେ ସେଥିପ୍ରତି ଗୁରୁତର ସହ ଭାବି କାର୍ଯ୍ୟକରିବାକୁ ଗ୍ରାମ୍ୟଉନ୍ନୟନବିଭାଗର ଅଧିକାରୀମାନଙ୍କୁ ବିଧାୟକ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.