ସଫଳ ହେଲା ଅସ୍ତ୍ରୋପଚାର

ବେକରୁ ବାହାର କରାଗଲା ଜାଭେଲିନ୍

0 195

ବଲାଙ୍ଗୀର,୧୭/୧୨(ଏସଏସ ନିଉଜ)ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଅଘଟଣ ଘଟିଛି। ସ୍କୁଲରେ ବାର୍ଷିକ କ୍ରୀଡ଼ା ଚାଲିଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍। ଛାତ୍ରଜଣଙ୍କ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲକୁ ନିଆଯାଇ ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ଜାଭେଲିନ ବାହାର କରାଯାଇଥିଲା।ଏବେ ଆହତ ଛାତ୍ର ସଦାନନ୍ଦ ସୁସ୍ଥ ଥିବାର ଜଣାପଡିଛି।ସ୍କୁଲରେ ବାର୍ଷିକ ଖେଳ ପ୍ରତିଯୋଗିତା ଚାଲିଥିବା ବେଳେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଚାଲିଥିବା ବେଳ ନବମ ଶ୍ରେଣୀରେ ପଢ଼ୁଥିବା ସଦାନନ୍ଦ ମେହେରଙ୍କ ବେକରେ ଜାଭେଲିନ ଗଳିଯାଇ ଗୋଟିଏ ପାଶ୍ୱର୍ରେ ପଶି ଅପର ପଟେ ବାହାରିଯାଇଥିଲା।ଅନ୍ୟପଟେ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜିଲ୍ଲାପାଳଙ୍କ ସହ କଥା ହେବାସହ ପିଲାଟିର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

Leave A Reply

Your email address will not be published.