କୋଭିଡ ସଂକ୍ରମଣକୁ ଦେଖି ଭାରତରେ ଆଲର୍ଟ

0 133

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ବିଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାବେଳେ ଗ୍ଲୋବାଲ ଏମର୍ଜେନ୍ସିକୁ ଦେଖି ଭାରତରେ ଆଲର୍ଟ ଜାରିକରାଯାଇଛି ।ନୂଆବର୍ଷ , କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ ଜାରିକରି ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସମସ୍ତରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖମାଣ୍ଡଭୀୟ ଆଲୋଚନା କରି କୋଭିଡ ପ୍ରୋଟୋକଲ ଅନୁପାଳନ କରିବାସହ ସତର୍କ ରହି ଭୂତାଣୁକୁ ପ୍ରତିହତ କରିବାକୁ ପରାମର୍ଶ ଦେଇଛନ୍ତି। ଚୀନ , ଜାପାନ , ସାଉଥ କୋରିଆ , ବ୍ରାଜିଲ ଭଳି ରାଷ୍ଟ୍ରରେ ସଂକ୍ରମଣ ବ୍ୟାପୁଥିବା ବେଳେ ଭାରତରେ ସେଭଳି ସ୍ଥିତି ନାହିଁ। ତେଣୁ ଭୟ ନ କରି ଆଲର୍ଟ ରହିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବିଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟିଂ ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଦେଶବାସୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
ଅନ୍ୟପଟଟେ କରୋନାକୁ ନେଇ ଆତଙ୍କିତ ନହେବାକୁ ସ୍ଵାସ୍ଥ୍ୟନିର୍ଦ୍ଦେଶକ ବିଜୟମହାପାତ୍ର କହିଛନ୍ତି ।କରୋନା ଚୀନରେ ବଢିଥିବାରୁ ଚର୍ଚ୍ଚା ଜୋର ଧରିଛି ।୩ମାସରୁ ଅଧିକହେଲାଣି ରାଜ୍ୟରେ ପଜେଟିଭ ରେଟ ବଢ଼ିନାହିଁ ।ଲକ୍ଷଣଥିଲେ ଟେଷ୍ଟ କରାନ୍ତୁ ବୋଲି କହିଛନ୍ତି ।ଏହାସହ ସେ କହିଛନ୍ତି ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି ,ଦରକାର ପଡ଼ିଲେ ବେଡ଼ ବଢାଯିବ ।କେନ୍ଦ୍ରସରକାରଙ୍କ ଗାଇଡ଼ଲାଇନ ଅନୁସାରେ ୨୭ତାରିଖରେ ମକଡ୍ରିଲ୍ ହେବାସହ ଆନ୍ତର୍ଜାତିକଯାତ୍ରୀଙ୍କ ପାଇଁ କେନ୍ଦ୍ରସରକାର ଗାଇଡଲାଇନ ଜାରିକରିଛନ୍ତି ।ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ,ତେଣୁ କିଏ ଆସିଲେ ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.