ଝାରପଡ଼ା ଜେଲ୍‌ରେ ରେଡ୍‌

ଭୁବନେଶ୍ୱର,୨୦ା୩(ଏସଏସନିଉଜ) ଝାରପଡ଼ା ଜେଲରେ କମିଶନରେଟ୍ ପୋଲିସର ରେଡ୍ କରାଯାଇଛି ।ଜେଲରେ ଗ୍ୟାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍ କରାଯାଇଥିଲା ।ଜେଲର ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍ ଛାନଭିନ୍ କରିଥିଲା ।ଗତକାଲି ଗ୍ୟାଙ୍ଗୱାରରେ ଜଣେ କଏଦୀ ଲହୁଲୁହାଣ ହୋଇଥିଲା ।ରେଡ୍ ବେଳେ ଗଞ୍ଜେଇ,ଖଇନ୍ ଓ ବିଡି ସହ ଚିଲମ ଜବତ କରାଯାଇଛି ବୋଲି ସୂଚନା ଦେଲେ ଭୁବନେଶ୍ବର ଡିସିପି ପ୍ରତୀକ ସିାଂଏହାସହ ନିଶା କାରବାର ରୋକିବାକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବାସହ ଆଗାମୀ ଦିନରେ ରେଗୁଲାର ଜେଲ୍ ଭିଜିଟ କରାଯିବ ଓ ଜେଲ୍‌ରେ ଗ୍ୟାଙ୍ଗୱାର ଘଟଣାରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।

- Advertisement -

Leave A Reply

Your email address will not be published.