ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ

0 201

ଭୁବନେଶ୍ୱର,୧୩/୬(ଏସଏସନିୟୁଜ)ଗୋଟିଏ ଦିନରେ ସର୍ବାଧିକ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧିପାଇଛି । ନୁଆଆକ୍ରାନ୍ତଙ୍କ ମଧ୍ୟରେ ୨୨୫ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯୬ଜଣ ଚିହ୍ନଟ ହୋଇଥିବାବେଳ ୨୯ଜଣ ଲୋକାଲ କେଶ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ୧୬ଜିଲ୍ଲାରୁ ୨୨୫ଜଣ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ଜଣ ,ଗଞ୍ଜାମରେ ୨୦, ଖୋର୍ଦ୍ଧାରେ ୧୯, କନ୍ଧମାଳ ୧୫ ଓ ପୁରୀରୁ ୧୫ଜଣ, ଜଗତସିଂହପୁର ୧୩, ନୟାଗଡ଼ ଓ ଢ଼େଙ୍କାନାଳରୁ ୭ଜଣ, ମୟୁରଭଞ୍ଜରୁ ୯, ବଲାଙ୍ଗୀରରୁ ୧୨ଜଣ, କଳାହାଣ୍ଡି ୩, ବାଳେଶ୍ୱର ୨, ଭଦ୍ରକ ୫, କେନ୍ଦ୍ରାପଡ଼ାରୁ ୪ଜଣ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସମୁଦାୟ ଆକ୍ରନ୍ତଙ୍କ ମଧ୍ୟରେ ୧୦ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୪୭୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୨୩୬ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.