ମିଳିଲା ମୃତଦେହ ପରିଚୟ

ବାରଙ୍ଗ,୧୮।୫(ଏସଏସନିୟୁଜ) ପୁରୀ ମୁଖ୍ୟକେନାଲ ଭିତରୁ ବୁଧବାର ସକାଳୁ ମିଳିଥିବା ଅଜଣା ମୃତଦେହର ପରିଚୟ ମିଳିପାରିଛି। ମୃତକ ବୃଦ୍ଧଜଣକ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଦାଢାପାଟଣା ସାମଲସାହିର ମହେନ୍ଦ୍ର ସାମଲ(୭୫) ।
ପ୍ରକାଶଯେ, ବୁଧବାର ସକାଳୁ ପଂଞ୍ଚୁପାଳ ଗ୍ରାମ ନିକଟରେ ପୁରୀ ମୁଖ୍ୟକେନାଲ ଭିତରେ ଗୋଟିଏ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖି ଥାନାକୁ ସୂଚନା ଦେଇଥିଲେ। ସୂଚନାପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।ଖାଲି ଦେହରେ ଥିବା ଏହି ମୃତଦେହଟି କିଛିଦିନ ପୂର୍ବରୁ ପାଣିରେ ପଡ଼ିରହି ଫୁଲି ଯାଇଥିବାର ଅନୁମାନ କରାଯାଇଥିଲା। ଏଖବର ପ୍ରଚାରିତ ହେବାପରେ ମୃତ ବୃଦ୍ଧଙ୍କ ପୁଅ ବୋହୁ ମହେନ୍ଦ୍ର ନିଖୋଜ ହୋଇଥିବା ନେଇ ଶନିବାର ଥାନାରେ ଜଣାଇବା ସହ ମୃତକଙ୍କ ଫୋଟଚିତ୍ରରୁ ତାଙ୍କ ବାପା ବୋଲି ଚିହ୍ନଟ କରିଥିଲେ। ପରେ ପୁଲିସ ସହାୟତାରେ ସଂରକ୍ଷିତ ହୋଇରହିଥିବା ମୃତଦେହକୁ ଶନିବାର ରାତିରେ ଅଣାଯାଇ ପରିବାରଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ।(ଜିତ୍ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.