ଅନୁବାଦରେ ଭାରତୀୟ ସାହିତ୍ୟ ଆଲୋଚନାଚକ୍ର

ବାରଙ୍ଗ ୨୯।୬(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଓ ସାହିତ୍ୟ ଏକାଡେମୀର ଯୁଗ୍ମ ପ୍ରୟାସରେ କୁଞ୍ଜବିହାରୀ ମହିବିଦ୍ୟାଳୟଠାରେ ଅନୁବାଦରେ ଭାରତୀୟ ସାହିତ୍ୟ ଶୀର୍ଷକ ଏକ ଆଲୋଚନାଚକ୍ର ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଦୁଇଟି ପର୍ଯ୍ୟାୟରେ ଅନୁଷ୍ଟିତ ଏହି ଦିନିକିଆ ଆଲୋଚନାଚକ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକ ଅଧ୍ୟକ୍ଷତା କରିଥିଲେ।ଏହି ପର୍ଯ୍ୟାୟରେ ବିଶିଷ୍ଟ ସାହିତ୍ୟିକ ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡକ୍ଟର ହୃଷୀକେଶ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏକାଡେମୀର ପ୍ରୋଗ୍ରାମ୍ ଅଫିସର ଅଭିଷେକରଥ ସ୍ବାଗତଭାଷଣ ଦେଇଥିଲାବେଳେ ସାହିତ୍ୟିକ ଓ ଇଂରାଜୀବିଭାଗ ମୁଖ୍ୟ ଅନୀଲ କୁମାର ପାଢୀ ପ୍ରାରମ୍ଭିକ ଭାଷଣ ରଖିଥିଲେ।ଡକ୍ଟର ଲିପିପୁଷ୍ପା ନାୟକ ଭିତ୍ତିପ୍ରବନ୍ଧ ପାଠକରିଥିଲେ।
ଶିକ୍ଷାବିତ୍ ଡକ୍ଟର ସନ୍ତୋଷକୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ସାହିତ୍ୟିକା ଓ ଅନୁବାଦିକା ନିବେଦିତା ଜେନା ଏହି ପର୍ଯ୍ୟାୟର ସଂଯୋଜନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଅନୁବାଦିକା ଡକ୍ଟର ଲିପିପୁଷ୍ପା ନାୟକଙ୍କୁ “ସାହିତ୍ୟ ଶିରୋମଣୀ” ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ପରେପରେ ଡକ୍ଟର ହୃଷୀକେଶ ପଣ୍ଡାଂକ ଅଧ୍ୟକ୍ଷତାରେ ସନ୍ଦର୍ଭପାଠ କରାଯାଇଥିବା ବେଳେ ସାହିତ୍ୟିକ ଦେବପ୍ରିୟା ରାୟ, କିଶୋର ପାଣିଗ୍ରାହୀ ଏବଂ ୟୁ. ଅତ୍ରେୟ ଶର୍ମା ଅତିଥି ଭାବେ ଯୋଗଦେଇଥିଲେ।
ମ୍ୟୁଜ୍ ଇଣ୍ଡିଆର ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦ ୟୁ. ଅତ୍ରେୟ ଶର୍ମା ଦ୍ବିତୀୟ ପର୍ଯ୍ୟାୟର ଅଧ୍ୟକ୍ଷତା କରିଥିଲେ ।ନିବେଦିତାଜେନା ଓ ସୁନିଲ୍ ରଘୁନାଥ ସାଓ୍ବନ୍ତପ୍ରବନ୍ଧ ପାଠକରିଥିଲେ।ଉଦଜାପନ ଉତ୍ସବରେ ମୁଖ୍ୟଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁକୁମାରଆଚାର୍ଯ୍ୟ ଯୋଗଦେଇଥିବା ବେଳେ ଡକ୍ଟର ପ୍ରଣମିତା ପତିଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ଜୟଶ୍ରୀନନ୍ଦ ଓ ଡକ୍ଟରପତି କବିତାପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡକ୍ଟର ସୁରେନ୍ଦ୍ର ସାହୁ, ଡକ୍ଟର ମାନସ ଦାଶମିଶ୍ର, ଡକ୍ଟର ପ୍ରବୀର ମହାନ୍ତି ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.