ବିଦ୍ୟୁତ ଟ୍ରାନ୍ସଫରମର ଯନ୍ତ୍ରାଂଶ ଚୋରି

କଟକ, ୧୩।୪(ଏସଏସନିଉଜ)ଗୋଡିସାହି ଫାଣ୍ଡି ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ରୁ ଏକ ବିଦ୍ୟୁତଟ୍ରାନ୍ସଫରମର ଯନ୍ତ୍ରାଂଶ ଚୋରିହୋଇଥିବା ନେଇ ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ରବିବାର ରାତିରେ ଗୋଡିସାହି ପୁରୀ ମୁଖ୍ୟ କେନାଲ ବନ୍ଧ କଡ଼ରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରମରରୁ କେହି ଦୁବୃର୍ତ୍ତ ଯନ୍ତ୍ରାଂଶ ଚୋରିକରି ନେଇଥିବାନେଇ ସୋମବାର ସକାଳୁ ଜଣାପଡିଥିଲା।ଯାହାଫଳରେ ସେହି ବିଦ୍ୟୁତ ଟ୍ରାନ୍ସଫରମରୁ ବିଦ୍ୟୁତ୍ ସଂଯୋଗ ନେଇଥିବା କିଛି ଚାଷୀଙ୍କ ସହିତ ଗ୍ରାହକମାନେ ନାହଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଏସଂକ୍ରାନ୍ତରେ ଗୋଡିସାହି ବିଦ୍ୟୁତ କାର୍ଯ୍ୟାଳୟପକ୍ଷରୁ ଫାଣ୍ଡିରେ ଅଭିଯୋଗ କରିବାପରେ ପୋଲିସଆସି ତଦନ୍ତ ଆରମ୍ଭ କରିଥିଲା।ଅନ୍ୟପଟେ ନୂତନ ଟ୍ରାନ୍ସଫରମ ଲଗାଯିବାପରେ ବିଦ୍ୟୁତ ସରବରାହ ସ୍ଵାଭାବିକ ହୋଇଥିଲା।

- Advertisement -

Leave A Reply

Your email address will not be published.