ମଉଳିଲା ବିଜୟଙ୍କ ମୁଖ୍ୟମନ୍ତ୍ରୀ ଆଶା

ଭୁବନେଶ୍ଵର,୯।୫(ଏସଏସନିଉଜ)ତାମିଲନାଡ଼ୁ ରାଜନୀତିରେ ନୂଆଟ୍ବିଷ୍ଟ ଦେଖାଦେଇଛି।ଆଜି ତୃତୀୟଥରପାଇଁ ରାଜ୍ୟପାଳ ଆରଭି ଆର୍ଲେକରଙ୍କୁ ଭେଟି ସରକାର ଗଢ଼ିବାକୁ ଅନୁରୋଧ କରିଥିଲେ ବିଜୟ।ସେଠାରୁ ଫେରି ଶନିବାର ଦିନ ୧୧ଟାରେ ଶପଥଗ୍ରହଣ ଉତ୍ସବପାଇଁ ଘୋଷଣା କରିଥିଲେ କିନ୍ତ କିଛି ସମୟପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପୁଣିଥରେ ବିଜୟଙ୍କୁ ଶପଥ ଗ୍ରହଣ ଉତ୍ସବରୁ ବାରଣ କରାଯାଇଛି।ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାରୁ ବିଜୟଙ୍କୁ ଶପଥ ଗ୍ରହଣପାଇଁ ଆହ୍ବାନ କରାଯାଇନଥିବା ସୂଚନାମିଳିଛି। ଭିସିକେ, ଏଏଏମଏମକେ,ଆୟୁଏମଏଲ ସହ ବାରମ୍ବାର ବୈଠକ ପରେବି ଅଙ୍କ ଛିଣ୍ଡିନାହିଁ।ଯାହାଫଳରେ ବିଜୟଙ୍କ ନିକଟରେ ୧୧୬ବିଧାୟକଙ୍କ ସମର୍ଥନ ଥିବା ବେଳେ ସରକାର ଗଢ଼ିବାକୁ ୨ବିଧାୟକଙ୍କ ସଂଖ୍ୟା କମରହିଛି।ସେପଟେ, ଡିଏମକେ ଓ ଏଆଇଡିଏମକେ ୨ଜଣ ସ୍ବାଧୀନବିଧାୟକଙ୍କୁ ନେଇ ସଂଖ୍ୟା ୧୧୭ ହେଉଥିବାରୁ ବିଜେପିର ଜଣେମାତ୍ର ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲେଣି।

- Advertisement -

Leave A Reply

Your email address will not be published.