ପୋଲିସର ଚଢାଉ

୧୮ଟି କାର୍ଟୁନ ଆସ୍କା-୪୦ ଜବତ

ଭୁବନେଶ୍ୱର,୩୯(ଏସଏସନିଉଜ)ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଉପରୋକ୍ତ ବେଆଇନ ଦେଶୀମଦ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ।
ତଦନ୍ତରୁ ଜଣାପଡ଼ିଛି ଯେ, ଆଜି ଦିନ ପ୍ରାୟ ୨.୩୫ ରେ ଖଣ୍ଡଗିରି ପୋଲିସର ଏକ ପେଟ୍ରୋଲିଂ ଟିମ୍ ଡୁମୁଡୁମା ଅନ୍ତର୍ଗତ, ରଘୁନାଥନଗର ନିକଟରେ ଅତର୍କିତ ଚଢ଼ଉ କରିଥିଲା । ସେଠାରେ ବିନା ଲାଇସେନ୍ସରେ ବେଆଇନ ଭାବେ ଆସ୍କା-୪୦ ଦେଶୀମଦ ଚାଲାଣ କରୁଥିବା ସମୟରେ ଦୁଇ ଅଭିଯୁକ୍ତ ଦୀପକ କୁମାର ସାହୁ ଓ ଶରତ ସାହୁକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ତଲାସି ବେଳେ ଦୁଇ ଅଭିଯୁକ୍ତଙ୍କ ହେପାଜତରୁ ୧୮ଟି କାର୍ଟୁନରେ ଥିବା ମୋଟ ୯୦ ଲିଟର ଆସ୍କା-୪୦ ଦେଶୀ ମଦ ଜବତ କରାଯାଇଥିଲା । ପଚରାଉଚରା ବେଳେ ଉଭୟ ଏହି ବେଆଇନ ମଦ ବେପାର ନିୟମିତ ଭାବେ କରୁଥିବା କଥା ସ୍ୱୀକାର କରିଥିଲେ । ସଂଗୃହୀତ ପ୍ରମାଣ ଆଧାରରେ ଦୁଇ ଅଭିଯୁକ୍ତ ଦୀପକ କୁମାର ସାହୁ ଓ ଶରତ ସାହୁକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

- Advertisement -

Leave A Reply

Your email address will not be published.