ବାଇକ,ଟଙ୍କା ଛଡାଇନେଇଥିଲେ

ଧରିଲା ଚନ୍ଦକା ପୋଲିସ

ମେଣ୍ଢାଶାଳ,୩ା୯(ଏସ୍‌ଏସ୍‌ନିଉଜ) ଅଭିଯୋଗକାରୀ ଆଲୋକ ମହାରଣାଙ୍କ ଲିଖିତ ଅଭିଯୋଗ କ୍ରମେ ଚନ୍ଦକା ଥାନା ପୁଲିସ ୪୩୭/୨୬କେସନଂରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସୁଜିତ କୁମାର ସାହୁ ଓରଫ ବଳିଆକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ ଗ୍ରାମରେ ରହିବା ସହ ଆଖପାଖ ଅଞ୍ଚଳରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ କୁଳସାହିର ସୁଜିତ କୁମାର ସାହୁ ଗତ ୨୩.୦୮.୨୦୨୬ ରାତି ପ୍ରାୟ ୯.୦୦ ସମୟରେ କଣ୍ଟାବାଡ ଗାଁ ନିକଟରେ ତାଙ୍କୁ ମାଡ଼ ମାରିଥିଲେ । ତାଙ୍କୁ ଜୋରଜବରଦସ୍ତି ଭୟଭୀତ କରି ତାଙ୍କ ପାଖରେ ଥିବା ୪,୦୦୦ ଟଙ୍କା ନଗଦ ଏବଂ ତାଙ୍କର ହୋଣ୍ଡା ଏସପି ୧୨୫ ମୋଟରସାଇକେଲ୍, ଜୋରଜବରଦସ୍ତ ନେଇଯାଇଥିଲେ । ସେହଭଳି ଗତ ୨୭.୦୮.୨୦୨୬ ସକାଳ ପ୍ରାୟ ୭ଟା ସମୟରେ ଅଭିଯୁକ୍ତ ସୁଜିତ ନିଜ ମୋବାଇଲ୍ ନମ୍ବରରୁ ତାଙ୍କୁ ଫୋନ୍ କରି ଅତିରିକ୍ତ ୨,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଟଙ୍କା ନଦେଲେ ତାଙ୍କର ଭୟଙ୍କର ଅସୁବିଧା ହେବ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ସେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଲାଗି ଚନ୍ଦକା ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ଏହି ଘଟଣାର ତଦନ୍ତ କରିବ ସହ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ କରିବା ସହ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତ ଅସ୍ତରଙ୍ଗର ସୁଜିତ କୁମାର ସାହୁ ଓରଫ ବଳିଆକୁ କାବୁ କରି ତା ହେପାଜତରୁ ଅଭିଯୋଗକାରୀଙ୍କ ମୋଟରସାଇକେଲକୁ ଜବତ କରିଥିଲେ । ପଚରାଉଚରା ବେଳେ ସେ ନିଜର ଦୋଷ ସ୍ୱୀକାର କରିଥିଲେ । ପୋଲିସ ତଦନ୍ତ ବେଳେ ସୁଜିତଙ୍କ ନାମରେ ପୁରୀ ଥାନାରେ ମଧ୍ୟ ଏକ ମାମଲା ରହିଥିବା ଜାଣିବାକୁ ପାଇଛିା (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.