କମଳାଙ୍କ ପାଖରେ ପହଞ୍ଚିଲେ ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ

0 318

ମହାକାଳପଡ଼ା ,୯/୧୦(ଏସ ଏସ ନିୟୁଜ )ଦୀର୍ଘ ସାତ ମାସରୁ ଅଧିକ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଅବସ୍ଥାରେ ଥିବା ଅସହାୟ ଭୂମିହୀନ କମଳା ଜେନା କୁ ସାହାଯ୍ୟର ହାତ ବଢ଼ାଇଲା ମହାକାଳପଡ଼ାର ସାମାଜିକ ସଙ୍ଗଠନ ତୁଳସୀକ୍ଷେତ୍ର ଚାରୀଟେବୁଲ ଟ୍ରଷ୍ଟ । ସଙ୍ଗଠନ ତରଫରୁ ଶାଢ଼ୀ, ଚୂଡ଼ା, ଚିନି, ଡାଲି, ହରଲିକ୍ସ ଆଦି କିଛି ରାସନ ସାମଗ୍ରୀ ଯୋଗାଇଦେବା ସହ କମଳାଙ୍କ   ଚିକିତ୍ସା ପାଇଁ  ୧୦୦୦ ଟଙ୍କା ର ଆର୍ଥକ ସହାୟତା କରିଥିଲେ ।

ସଙ୍ଗଠନର ସଭାପତି ଗୌତମ ସାହୁଙ୍କ ନେତୃତ୍ବରେ କଣ୍ଢେଇ ପରିଡା, ଅକ୍ଷୟ ପାତ୍ର, ବାପି ଗୋଛାୟତ, ବିଚିତ୍ର ବେହେରା ପ୍ରମୁଖ କୁ ନେଇ ଗଠିତ ଏକ ଟିମ କମଳା ଙ୍କ ପାଖକୁ ଯାଇ ସମବେଦନା ଜଣାଇବା ସହ ସ୍ୱାସ୍ଥ୍ୟବସ୍ତା  ପଚାରି ବୁଝିଥିଲେ ।

Leave A Reply

Your email address will not be published.