ବନ୍ଦ ହୋଇଗଲା ମା ଡ଼ମଡ଼ମଣିଙ୍କ ମକର ମେଳା ଯାତ୍ର

0 263

ଚୌଦ୍ୱାର,୧୪/୧(ଏସଏସନିୟୁଜ) ଚୌଦ୍ୱାର ର ରୁ ୧୫କିଲୋ ମିଟର ଦୂରରେ ମଙ୍ଗରାଜପୁର ବନଖଣ୍ଡ ଅଞ୍ଚଳ ପାହାଡରେ ଅବସ୍ଥିତ ମା ଡ଼ମଡ଼ମଣି ଙ୍କ ପୀଠସ୍ଥଳୀ ଝରଣା ର କୁଳୁକୁଳୁ ଶବ୍ଦ  ସାଙ୍ଗକୁ ପକ୍ଷୀ ମାନଙ୍କର ମଧୁର ସ୍ୱର ଏଠି ବେଶ ଆନନ୍ଦିତ କରିଥାଏ ,ଓଡିଶା ର ଚତୃଦିଗରୁ ବହୁ ପର୍ଯ୍ୟଟକ ମାନେ ମାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି. ଭକ୍ତ ମାନେ ନିଜର ମନସ୍କାମନା ନେଇ ମାଙ୍କ ପାଖକୁ ଆସିଥାନ୍ତି. ମା ଙ୍କର ଏଠି ରହିଛି ଅପାର କରୁଣା , ମକର ସଂକ୍ରାନ୍ତି ମା ଙ୍କର ଏହି ଦିନ ମକର ମେଳା ଯାତ୍ର ଅନୁଷ୍ଠିତ ହୋଇଥାଏ. ବହୁ ଭକ୍ତ  ଅନେକ ଦୂରରୁ ଏହି ଯାତ୍ର ଦେଖିବାକୁ ଆସିଥାନ୍ତି. କିନ୍ତୁ ଏ ବର୍ଷ କୋରୋନା କଟକଣା କୁ ଦୃଷ୍ଟି ରେ ରଖି ପ୍ରଶାସନ ଏହି ମକର ମେଳା ଯାତ୍ର କୁ ବନ୍ଦ କରିଛନ୍ତି ଯାହା ଫଳରେ ବହୁ ଭକ୍ତମାନେ ମାଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ମକର ସଂକ୍ରାନ୍ତି ରେ ମା ଙ୍କର ବଡଯାତ୍ର ହୋଇଥିବାରୁ ବହୁ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ,ବନବିଭାଗ ଓ ମା ଡ଼ମଡ଼ମଣି ପୂଜା କମିଟି ଯାତ୍ର କୁ ବନ୍ଦ କରିଥିବାର ଜଣାପଡିଛି

Leave A Reply

Your email address will not be published.