କଟକ,୩୦।୭(ଏସଏସନିଉଜ)ମଣ୍ଡଳୀ ନିକଟସ୍ତ ନୂଆସାହିଠାରେ ଥିବା ଘରୋଇ ଈଥାନଅଏଲ ଆଗ୍ରାଭେଟ କମ୍ପାନିରେ କଟକ ଅବକାରୀବିଭାଗ ପକ୍ଷରୁ ବଡ଼ଧରଣର ଚଢାଉ ବୁଧବାର ଦିନ କରାଯାଇଛି।କଟକ ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶରେ ଏହି କଂପାନୀରେ କେତେ ଇଥାନଅଏଲ୍ ବିକ୍ରୀ ହେଉଛି, କେତେ ପରିମାଣର ପ୍ରସ୍ତୁତି ସହିତ କେଉଁକେଉଁ ଆଡେ ଯୋଗାଣ ହେଉଛି,ଇଥାନଅଏଲ୍ ପରେ ଆଉ କଣ ହେଉଛି ଏହାକୁ ନେଇ କମ୍ପାନୀ ଭିତରେ ଛାନଭିନ କରିଥିଲା ଅବକାରୀ ବିଭାଗର ୧୫ଜଣିଆ ଟିମ୍। ଅବକାରୀବିଭାଗ ଦୀର୍ଘ ସମୟଧରି ଚଢାଉ ଜାରୀ କରିରଖିଥିବାର ଜଣାପଡିଥିଲା। ଏହାପରେ କମ୍ପାନୀ ବିରୋଧରେ କିଛି ଅଭିଯୋଗ ଆସିବା ସହିତ ଅନିୟମିତତା ହେଉଥିବାର ସନ୍ଦେହ ପ୍ରକାଶ ପାଇଛି। ତେବେ ଏହି ଟିମ୍ ରେ ଜଣେ ଅବକାରୀ ଡିଏସପିଙ୍କ ସହିତ ୧୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଥିଲେ। ଏହି ସମୟ ରେ କମ୍ପାନୀ ଭିତରକୁ କୈ।ଣସି ଗଣମାଧ୍ୟମକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା। ସେପଟେ ଅବକାରୀ ବିଭାଗଟିମ ପ୍ଲାଣ୍ଟ ଭିତରେ ଯାଞ୍ଚ କରିବା ପରେ ଆସୁଥିବା ଲିକୁଇଡ଼ର ସାମ୍ପୁଲ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥିବାର ଜଣାପଡିଛି।ତେବେ ଏହା ଏକ ରୁଟିନ ଚେକ୍ ଅପ୍ ଥିଲା ବୋଲି କହିଛନ୍ତି କଟକ ଅବକାରୀ ଥାନା ଆଇଆଇସି କମଲ ଲୋଚନ ପାଇକରାୟ କହିଛନ୍ତି।
