ଅଧା ଓଡ଼ିଶା କଲବଲ

ସକାଳର ଖବର,ତାରିଖ ୩୧/୦୩/୨୦୨୧,ବୁଧବାର

0 295

୧-ଅଧା ଓଡ଼ିଶା କଲବଲ,୧୬ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ,ସାଂଘାତିକ ହେବ ଆଉ ୪୮ ଘଣ୍ଟା । ପୁରା ରାଜ୍ୟପାଇଁ ହିଟୱେଭ୍ ସତର୍କତା ।
୨-ଏପ୍ରିଲ ୧ରୁ ୪୫ରୁ ଉର୍ଦ୍ଧ୍ଵ ବୟସ୍କଙ୍କ ଟିକାକରଣ: ଆଗ ଧାଡିର କର୍ମଚାରୀ ଓ ହାଇରିସ୍କ ଗ୍ରୁପର ଲୋକଙ୍କୁ ପ୍ରାଥମିକତା ।
୩-ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳ ,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୪-୫ ଓଏଏସ୍ ଅଧିକାରୀଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟା, ଆଉ ୩୪ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ।
୫-ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ଅସନ୍ତୋଷ ତେଜିଲା, ଶୁଳ୍କ ପ୍ରତ୍ୟାହାର ପାଇଁ ରାଜନୈତିକ ଦଳର ଦାବି ।
୬-୨୦୧୯-୨୦ ତୁଳନାରେ ୨୦୨୦-୨୧ ବର୍ଷରେ ଚିଲିକା, ଭିତରକନିକା ଓ ହୀରାକୁଦ ମଧ୍ୟରେ ବଢ଼ିଛନ୍ତି ବିଦେଶାଗତ ପକ୍ଷୀ ।
୭-୬ଟି ରାଜ୍ୟରେ କରୋନା ପରିସ୍ଥିତି ଚିନ୍ତାଜନକ, ରାଜ୍ୟ ଗୁଡିକ ହେଲା: ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟ । ସବୁ ରାଜ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି,
୮-ଉଡ଼ାନ୍ ଯୋଜନାରେ ୩ ଦିନରେ ୨୨ଟି ମାର୍ଗରେ ବିମାନ ସେବା ହେଲା ଆରମ୍ଭ ।
୯-ଏପ୍ରିଲରୁ ସ୍ୱୟଂଚାଳିତ ବିଲ୍ ପୈଠ ସେବା ଉପରେ ଲାଗିବ ରୋକ୍ । ବ୍ୟାଙ୍କିଙ୍ଗ୍ ପ୍ରକ୍ରିୟାକୁ ଅଧିକ ମଜବୁତ କରିବା ପାଇଁ ଓ ଟ୍ରାଞ୍ଜାକସନକୁ ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆରବିଆଇର ନୂଆ ପରିବର୍ତ୍ତନ ନିୟମ ଜାରି।
୧୦-ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଆଜିଠୁ ଜମିବ ନିର୍ବାଚନୀ ପ୍ରଚାର ।
୧୧-ଏପ୍ରେଲ୍ ୨ ଓ ୩ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଉପ ରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦେଶକ ।
୧୨-ଲୋକପ୍ରିୟ ଟିଭି ସୋ ଡ୍ୟାନ୍ସ ଦିଓ୍ବାନେର ୧୮ କ୍ରୁ ସଦସ୍ୟ କରୋନା ଆକ୍ରାନ୍ତ, ମାଧୁରୀ ଦୀକ୍ଷିତଙ୍କ ସମେତ ଅନ୍ୟ ଜଜ୍‌ମାନଙ୍କ ପାଇଁ ବଢିଲା ସମସ୍ୟା ।
୧୩-ବିଶ୍ବର ସବୁଠୁ ପ୍ରଭାବୀ ୧୦୦ ମହିଳାଙ୍କ ମଧ୍ୟରେ ଓଡ଼ିଆ କ୍ରିକେଟର୍ ପରିମିତା ।
୧୪-ବିଶ୍ବକପ୍ ସୁପର ଲିଗ୍ ତାଲିକା, ସପ୍ତମକୁ ଉଠିଲା ଭାରତ ।
୧୫-ଭାରତୀୟ ମୁଷ୍ଟିଯୁଦ୍ଧ ଦଳର ୮ ଜଣଙ୍କୁ କରୋନା, ହରମନପ୍ରୀତ୍ କୌରଙ୍କୁ ବି ‌କରୋନା ।
୧୬-ଆର୍ଜେଣ୍ଟିନା ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷିତ: ମନ୍‌ପ୍ରୀତ୍ ଅଧିନାୟକ, ଓଡ଼ିଶାରୁ ଅମିତ, ବୀରେନ୍ଦ୍ର ଓ ଶିଳାନନ୍ଦ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.