ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ

0 283

ବାରଙ୍ଗ,୬/୪(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ଅଧିନସ୍ଥ କାଳୁଆଶୁଣି ମନ୍ଦିର ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକର ଶୋଚନୀୟ ମୃତ୍ୟ ଘଟିଛି।ସୂଚନା ମୁତାବକ ନାବାଳକ ଜଣକ ରାତି ୯ ଘଟିକା ସମୟରେ ନିକଟସ୍ଥ କାଳୁଆଶୁଣି ମନ୍ଦିରରୁ ପୂଜା ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ନାବାଳକ ଜଣକ ଗୁରୁତର ଆହତ ହୋଇଥିଲେ।ଧକ୍କା ଦେଇଥିବା ବାଇକ ଚାଳକ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ସୂଚନା ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ନାବାଳକକୁ ଆମ୍ବୁଲାନ୍ସ ଯୋଗେ କଟକବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ।ପରେ ଡାକ୍ତର ନାବାଳକ କୁ ମୃତ ଘୋଷଣା କରିଥିଲେ।ମୃତ ନାବାଳକ ଜଣକ ନାମ ଆଶିଷ କୁମାର ସ୍ୱାଇଁ, ବୟସ ( ୧୫ )।ନାବାଳକ ଙ୍କ ଘର ଏରସମା ଜଗତସିଂହପୁର ଏରସମା ଅଞ୍ଚଳର ହୋଇଥିବା ବେଳେ ସେ ଏଠାରେ କାଳୁଆଶୁଣି ନିକଟରେ ନିଜ ପରିବାର ସହ ଏକ ଭଡ଼ା ଘରେ ରହୁଥିବାର ଜଣାପଡିଛି।ଏନେଇ ଗୋଡିସାହି ଫାଣ୍ଡିରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ହେବାପରେ ପୋଲିସ କେସ ନଂ ୮୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି।

Leave A Reply

Your email address will not be published.