ଆଜି ରାଜ୍ୟରେ ୬୧୧୬ କରୋନା ପଜିଟିଭ୍

0 293

ଭୁବନେଶ୍ୱର,୨୫/୪(ଏସଏସନିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି । ତେବେ ୨୪ ଘଣ୍ଟାରେ ଚିହ୍ନଟ କରୋନା ପଜିଟିଭ୍ ରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି ।ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୫୪୬ କ୍ୱାରେଣ୍ଟିନରୁ ଓ ୨୫୭୦ ଲୋକାଲ କେସ ବୋଲି ଜଣାପଡିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେଅନୁଗୁଳ୧୫୧,ବାଲେଶ୍ୱର୧୦୨,ବରଗଡ୨୬୨,ଭଦ୍ରକ୮୭,ବଲାଙ୍ଗିର୧୮୯, ବୈାଦ୍ଧ୩୨,କଟକ୩୪୩, ଦେଓଗଡ୩୯, ଢେଙ୍କାନାଳ୮,ଗଜପତି୭୮,ଗଞାମ୧୩୪,ଜଗସିଂହପୁର୭୩,ଯାଜପୁର୩୨୪,ଝାରସୁଗୁଡା୨୫୪,କଳାହାଣ୍ଡି୩୨୧,କନ୍ଧମାଳ୩୬,କେନ୍ଦ୍ରାପଡା୪୬,କେଉଁଝର୧୧୮,ଖୋର୍ଦ୍ଧା୮୭୫,କୋରପୁଟ ୭୧,ମାଲକାନାଗିରି ୩୨,ମୟୁରଭଞ୧୫୮ ନବରଙ୍ଗପୁର୩୧୮,ନୟାଗଡ ୯୯,ନୁଆପଡା ୪୩୦,ପୁରୀ୧୮୦, ରାୟଗଡା ୧୦୪,ସମ୍ବଲପୁର ୨୮୦,ସୋନପୁର୮,ସୁନ୍ଦରଗଡ୭୮୫,ଷ୍ଟେଟ୍‌ପୁଲ୧୭୯ ରୁ ରହିଥିବାବେଳେ ୩୪୬୪ଜଣ ଆରୋଗ୍ୟ ହୋଇଥିବାର ସୁଚନା ଓ ଲୋକସର୍ମ୍ପକବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମୁତାବକ କରୋନାରେ ସାତ ଜଣଙ୍କର ମୃତ୍ୟୁ ଘଟିଛି ।ମୃତକଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲାରୁ ୨ ଜଣ, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି ।

Leave A Reply

Your email address will not be published.