କାମ ହେଇନି, ଉଠାଯାଇଛି ଟଙ୍କା

ଖବର ଆଜିର,ତାରିଖ ୨୫-୦୪-୨୦୨୧,ରବିବାର

0 246

୧-ଆଇପିଏଲ୍ ୨୦୨୧ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା ।
୨-କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର ।
୩-ଦୁଇଦିନିଆ ସଟଡାଉନର ପ୍ରଭାବରେ ଦୋକାନ ବଜ଼ାର ବନ୍ଦ, ରାସ୍ତା-ଘାଟ ଶୂନଶାନ ।
୪-ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ ୨୫ ରୋଗୀଙ୍କ ମୃତ୍ୟୁ ।
୫-TRP ରେଟିଂ ବନ୍ଦ ସତ୍ତ୍ୱେ ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ନ୍ୟୁଜ୍ ଚ୍ୟାନେଲ ଗୁଡିକରେ ବୃଦ୍ଧିପାଇଛି ବିଜ୍ଞାପନ ପରିମାଣ : BARC ।
୬-ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଦେଖାଯାଉଥିବା କରୋନା ଷ୍ଟ୍ରେନ୍ ସବୁଠାରୁ ମାରାତ୍ମକ: ବିଶେଷଜ୍ଞ ।
୭-କୋଭାକ୍ସିନର ବଜାର ଦର ଘୋଷଣା କଲା ଭାରତ ବାୟୋଟେକ; ରାଜ୍ୟ ଲାଗି ୬୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨୦୦ ।
୮-ପଶ୍ଚିମବଙ୍ଗ ଫେରନ୍ତା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇଲେ ୭ ଦିନ ପାଇଁ ଘରୋଇ ସଂଗରୋଧ ଅନୁମତି ।
୯-କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ଖାଲି ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ଏସିଏସ ।
୧୦-କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ । ଅକ୍ସିଜେନ ଯୋଗାଣରେ କେହି ବାଧା ପହଂଚାଇଲେ ମିଳିବନି କ୍ଷମା ।
୧୧-ରାଜ୍ୟରେ ୪ଲକ୍ଷ ଟପିଲା କରୋନା ସଂକ୍ରମଣ, ଦୈନିକ ସଂକ୍ରମଣ ୬ହଜାର ଉପରେ ।
୧୨-କାମ ହେଇନି, ଉଠାଯାଇଛି ଟଙ୍କା, ବଲାଙ୍ଗିରରେ ମନରେଗାରେ ୪୮ଲକ୍ଷ ଟଙ୍କାର ଅନିୟମିତତା
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.