ଆଜିର ଅନୁଚିନ୍ତା

0 666

ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି, ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର . ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ କ୍ଷକ୍ଷ
ଜଣେ ଭଲ ଶିଷ୍ୟର କର୍ତ୍ତବ୍ୟ ଭଦ୍ର, ନମ୍ର ଓ ସମୟଜ୍ଞାନକୁ ଆପଣେଇ ଜ୍ଞାନ ଅର୍ଜନ କରିବା । ତା ସହ ଗୁରୁଙ୍କ ପ୍ରତି ଭୟ ଓ ସମ୍ମାନ ଥିଲେ ତାହା ଜ୍ଞାନର ସଂଜ୍ଞାଙ୍କୁ ପରିମାର୍ଜିତ କରି ଜ୍ଞାନକୁ ଆତ୍ମବିଶ୍ୱାସରେ ରୂପାନ୍ତରିତ କରିଥାଏ । ଯାହା ଆମର ଦୈନନ୍ଦୀନ ଜୀବନରେ କାମରେ ଆସିଥାଏ । ଯେମିତିକି ଦ୍ରୋଣଙ୍କର ଶିଷ୍ୟ ଅର୍ଜୁନ ବି ଥିଲେ ଓ ଦୁର‌୍ୟ୍ୟୋଧନ ବି ଥିଲେ, କେବଳ ଫରକ ଏହା ଥିଲା ଅର୍ଜୁନ ସିଷ୍ଟାଚାରୀ ଓ ସରଳ ଥିଲେ ଅପରପକ୍ଷରେ ଦୁର‌୍ୟ୍ୟୋଧନ ଅଭଦ୍ର ଓ ଜଟିଳ ଥିଲେ । ଯେମିତି ଫୁଲଟିଏ ସୂର‌୍ୟ୍ୟର ପହିଲି କିରଣରେ ତାର କୁନି କୁନି ପାଖୁଡା ଖୋଲି ତାର ସୁନ୍ଦର ବାସ୍ନା ମହକେଇଥାଏ । ସେହିପରି ପିଲାମାନଙ୍କର କୁନି କୁନି ପାଖୁଡା ଓ ବାସ୍ନା ମହକେଇବା ପାଇଁ ବାପା, ମା ଙ୍କର ଅମୂଲ୍ୟ ସଂସ୍କାର ନିତ୍ୟାନ୍ତ ଆବଶ୍ୟକ ।।

Leave A Reply

Your email address will not be published.